ମୁଢ଼ି ସହ ବରଫ ଖାଆନ୍ତି ବାବୁସାନ୍
ଜଣେ ଦକ୍ଷ ଅଭିନେତା ସହ ମଜାଳିଆ ମଣିଷ ଟିଏ ହେଉଛନ୍ତି ଓଲିଉଡର ଚକାଲେଟ୍ ବୟ ବାବୁସାନ୍ । ମୁହଁଟା ତାଙ୍କର ସବୁବେଳେ ହସ ହସ ଥିବାର ଆପଣ ଦେଖିଥିବେ । ଶୁଟିଂ ସେଟରେ ବାବୁସାନ୍ ରହିଲେ କେହି ବି ଟିମ୍ ମେମ୍ବର ବୋର୍ ହୁଅନ୍ତିନି । ବାବୁସାନ୍ ନିଜ ଜୋକ୍ ମାଧ୍ୟମରେ ମାହାଲକୁ ସବୁବେଳେ ଲାଇଟ୍ ରଖିବାକୁ ଚେଷ୍ଟା କରନ୍ତି । ଏକଦମ୍ ବିନ୍ଦାସ୍ ଏବଂ ଖୋଲା ଲୋକ ଭାବେ ଜଣାଯାଉଥିବା ବାବୁସାନ୍ଙ୍କର ମଧ୍ୟ କିଛି ସିକ୍ରେଟ୍ ରହିଛି । ଆଜି ସେମିତି କିଛି ସିକ୍ରେଟ୍ରୁ ୩ଟି ସିକ୍ରେଟ୍ ଜାଣିବା । ସିକ୍ରେଟ୍ ନଂ ୧-ବାବୁସାନ୍ଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲଲାଗେ । ବାବୁସାନ୍ ଜଣେ ଖାଦ୍ୟ ପ୍ରେମୀ । ଭିନ୍ନ ଭିନ୍ ସ୍ୱାଦର ଖାଦ୍ୟ ଖଇବାକୁ ତାଙ୍କୁ ଭଲ ଲାଗେ । ବାବୁସାନ୍ କୁହନ୍ତି ତାଙ୍କୁ ମୁଢ଼ି ସହ ବରଫ ଖାଇବାକୁ ଭଲ ଲାଗେ । ମଝି ମଝିରେ ସେ ମୁôଢ଼ି ବରଫ ଖାଆନ୍ତି । ସିକ୍ରେଟ୍ ନଂ ୨-ବାବୁସାନ୍ ଘଣ୍ଟା ଘଣ୍ଟା ବ୍ୟାୟାମ କରିପାରନ୍ତି । ବାବୁସାନ୍ କୁହନ୍ତି ସେ ସକାଳୁ ଉଠିବା ମାତ୍ରେ ପ୍ରଥମେ ଯୋଗ କରନ୍ତି । ତାଙ୍କୁ ଯୋଗ କରିବାକୁ ଭଲଲାଗେ । ସେ ନିୟମିତ ଯୋଗ ଏବଂ ବ୍ୟାୟାମରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରନ୍ତି । ସିକ୍ରେଟ୍ ନଂ ୩-ବାବୁସାନ୍ଙ୍କ ପସନ୍ଦର ଫଳ ହେଉଛି “ଡିମିରି ଫଳ’? ବାବୁସାନ୍ ଡିମିରି ଫଳ ଖାଇବାକୁ ଭଲ ପାଆନ୍ତି । ସେ କୁହନ୍ତି ଯେ, ସେ ଡିମିରି ଫଳ ଖାଇଛନ୍ତି ଏବଂ ବଞ୍ଚିଛନ୍ତି ।
ନିକଟରେ ଓଟିଭିରେ ପ୍ରସାରିତ ହେଇଥିବା ଚାଟ୍ ଶୋ “ଗପସପ’ରେ ଯାଗ ଦେଇଥିଲେ ବାବୁସାନ୍ । ସେହି ସମୟରେ ତାଙ୍କ ବିଷୟରେ ସେ ଏହି ୩ଟି ସିକ୍ରେଟ୍ କହିଥିଲେ । କିନ୍ତୁ ସେ ଏହି ସିକ୍ରେଟକୁ ଗୁରୁତର ସହ ନେବାକୁ ଅର୍ଥାତ ସତ ଭାବିବାକୁ ମନା କରିଛନ୍ତି । ବାବୁସାନ୍ଙ୍କର ମଜାମସ୍ତି କରିବାର ସ୍ୱଭାବ ପୁରୁଣା । ତେଣୁ ସେ ଏସବୁ କଥାକୁ ମଜାରେ କହୁଥିଲେ ବୋଲି କହିଛନ୍ତି ।


