ପ୍ରତିରକ୍ଷା ବିଭାଗରେ ଯୋଗଦେବାକୁ ସଂକଳ୍ପ ନିଅ : ଏସ୍ ମୋହନ

ଭୁୁବନେଶ୍ୱର, (ୱାଇଏନ୍‍ଏସ୍‍): ସୈନିକସ୍କୁଲରେ ପ୍ରାପ୍ତ ସମସ୍ତ ପ୍ରକାର ସୁବିଧାସୁଯୋଗକୁ କ୍ୟାଡେଟ୍ ମାନେ ସୁବିନିଯୋଗ କରି ନିଜର ସାମଗ୍ରିକ ବିକାଶ ଘଟାଇବା ସହିତ ଦେଶର ପ୍ରତିରକ୍ଷା ବାହିନୀରେ ଯୋଗଦେବାପାଇଁ ସଂକଳ୍ପ ରଖିବା ଆବଶ୍ୟକ ବୋଲି ଲେପ୍ଟନାଂଟ ଜେନେରାଲ ଏସ୍ ମୋହନ କହିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ମଧ୍ୟଭାରତ ଜବଲପୁର କ୍ୟାଂଟନମେଂଟର ଜେନେରାଲ ଅଫିସର କମାଣ୍ଡିଙ୍ଗ୍ ଲେପ୍ଟନାଂଟ ଜେନେରାଲ ଏସ୍ ମୋହନ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସୈନିକସ୍କୁଲ ଭୁବନେଶ୍ୱର ପରିଦର୍ଶନରେ ଆସି ସ୍କୁଲର କ୍ୟଡେଟ୍ ମାନଙ୍କୁ ଉଦ୍ ବୋଧନ ଦେଇଛନ୍ତି । ସେ ସୈନିକସ୍କୁଲରେ ପହଂଚିବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍ ଡୋମିନିକ୍ ରାୟନ୍ , କମାଣ୍ଡର ପ୍ରିତୀକା ଶର୍ମା ଏବଂ ବରିଷ୍ଠ ଅଧ୍ୟାପକ ବିଘ୍ନରାଜ ପ୍ରଧାନ ତାଙ୍କୁ ସ୍ୱାଗତ କରି ବିଦ୍ୟାଳୟ ପରିସରକୁ ପାଛୋଟି ନେଇଥିଲେ । ଇତ୍ୟବସରରେ ଲେପ୍ଟନାଂଟ ଜେନେରାଲ ମୋହନ ବିଦ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତିସ୍ଥମ୍ଭ ଏବଂ କ୍ୟାଡେଟ୍ ମାନଙ୍କର କେତୋଟି ମୁଖ୍ୟ ଶିକ୍ଷଣକେନ୍ଦ୍ର ପରିଦର୍ଶନ କରିଥିଲେ । ଏହାପରେ ସେ ବିଦ୍ୟାଳୟର ପ୍ରେକ୍ଷାଗୃହ ବିବେକାନନ୍ଦ ଅଡିଟୋରିୟମ୍ ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ୟାଡେଟ୍ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ୧୯୭୧ ମସିହା ଭାରତ -ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ଯେଉଁ ପରାକ୍ରମତା ଓ ବୀରତ୍ୱ ସହ ଲଢି ଯୁଦ୍ଧରେ ବିଜୟ ଲାଭ କରିଥିଲା, ଚଳିତ ବର୍ଷ ସେହି ଗୌରବମୟ ଇତିହାସକୁ ୫୦ ବର୍ଷ ପୂର୍ତି ଅବସରରେ ବିଜୟ ଓ ବୀରତ୍ୱର ବୀରଗାଥାକୁ ଦେଶବାସୀଙ୍କୁ ସ୍ମରଣ କରାଇଦେବା ଉଦ୍ଦେଶ୍ୟରେ ଭାରତୀୟ ସେନା ପକ୍ଷରୁ ନୂଆଦିଲ୍ଲୀରୁ ଏକ ମଶାଲ ବା ଜ୍ୟୋତି ଯାହାର ନାମ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ବାହାରି ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ସେନା ସହ ଜଡିତ ବିଭିନ୍ନ ସ୍ଥାନ ପରିକ୍ରମା କରିବ । ଆସନ୍ତା ଅକ୍ଟୋବର ମାସ ୨୦ ତାରିଖ ଦିନ ଏହା ଭୁବନେଶ୍ୱରରେ ପହଂଚିବ । ରାଜ୍ୟବାସୀ ବିଜୟର ଏହି ମଶାଲକୁ ସୈନିକସ୍କୁଲ, ଭୁବନେଶ୍ୱର ଠାରେ ତଥା ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଯେପରିକି ଆଇଏନଏସ ଚିଲିକା ଓ ଚାନ୍ଦିପୁର ଡିଆରଡିଓକୁ ପରିକ୍ରମା ସମୟରେ ବେଶ ଉତ୍ସାହ ସହିତ ସ୍ୱାଗତ କରିବେ ବୋଲି ଲେଫ୍ଟନାଂଟ ଜେନେରାଲ ଏସ୍ ମୋହନ ଆଗ୍ରହ ପ୍ରକାଶ କରିଛନ୍ତି ।

Spread the love

Advertisement

ଏବେ ଏବେ