ପ୍ରତିଶୃତି ଦେଇ ପୂରଣ କଲେ ବ୍ରହ୍ମପୁର ସାଂସଦ ଛାତ୍ରୀଙ୍କ ପାଇଁ ୩୦୦ ଟେବୁଲ ଚେୟାର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟେବୁଲ ଚେୟାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ. ସାଂସଦ ୨୨ ଦିନ ମଧ୍ୟରେ ନିଜର ପ୍ରତିଶୃତି ପୂରଣ କରିଥିବାର ଜଣା ପଡିଛି. ସାଂସଦଙ୍କ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଟେବୁଲ ଚେୟାର ହସ୍ତାନ୍ତର କରିଥିବାର ଦେଖିବାକୁ ମିଳିଛି. ଏହି ବିଦ୍ୟାଳୟ ୫ ତି ଅନ୍ତର୍ଭୁକ୍ତ କରାଯାଇ ଉନ୍ନୟନ କରାଯାଇଛି. ସାଂସଦ ଚନ୍ଦ୍ରଶେଖର ସାହୁ ନିଜସ୍ୱ ଉଦ୍ୟମରେ ଛାତ୍ରୀମାନଙ୍କ ଲାଗି ୩୦୦ ଟେବୁଲ ଚେୟାର ପ୍ରଦାନ କରିଛନ୍ତି. ଏହା ଦ୍ୱାରା ବିଦ୍ୟାଳୟର ଆହୁରି ଉନ୍ନତି ଘଟିବାରେ ସହାୟକ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି. ଏହି ଟେବୁଲ ଚେୟାର ପହଞ୍ଚି ଥିବା ବେଳେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ ପଣ୍ଡା, ପାରଳା ନଗର ବିଜେଡି ସଭାପତି ସୁଧୀରଞ୍ଜନ ମହାପାତ୍ର, ଯୁବ ନେତା ସୁଜିତ କୁମାର ଦାସ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ. ସାଂସଦଙ୍କ ଏପରି ମହତ୍ୱ କାର୍ଯ୍ୟ ତଥା ସ୍ୱଳ୍ପ ଦିନରେ ନିଜର ପ୍ରତିଶୃତି ରକ୍ଷା କରିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି. ପ୍ରକାଶଯେ ସାଂସଦ ପାରଳାଖେମୁଣ୍ଡି ସହାରକୁ ସର୍ବଦା ଗସ୍ତ କରିଥାନ୍ତି. ଏହି ଗସ୍ତ ସମୟରେ ସେ ଅତ୍ୟାବଶକୀୟ ବା ଜରୁରୀ ବୋଲି ହୃଦବୋଧ କରୁଥିବା ସାମଗ୍ରୀ ହେଉ କି ଉନ୍ନତି ହେଉ ନିଜସ୍ୱ ଉଦ୍ୟମରେ ହେଉ ଉନ୍ନୀତିକରଣ ପାଇଁ ନିଶ୍ଚିତ ଭାବେ ପ୍ରଦାନ କରିଥିବାର ବହୁ ନଜିର ରହିଛି


