ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲା ଗଞ୍ଜାମ ବିଜେପି
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ ଅବସରରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଦକ୍ଷିଣ ଓଡିଶାର ପ୍ରମୁଖ ଶକ୍ତି ପୀଠ ବୁଢୀ ଠାକୁରାଣଈଙ୍କ ମନ୍ଦିରରେ ମୋଦୀଙ୍କ ଦୀର୍ଘାୟୁ କାମନା କରି ଦୀପ ପ୍ରଜ୍ୱଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ ଡା. ସୁବାସ ଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ଅନାନ୍ୟ କର୍ମକର୍ତ୍ତର୍ାଙ୍କ ମଧ୍ୟରେ ଶିଶିର ପାଢି, ସରୋଜ ସାବତ, ମଧୁସୁଦନ ସାହୁ, ପ୍ରଶାନ୍ତ ମହାରଣା, ସୂର୍ଯ୍ୟ ନାରାୟଣ ଦାସ, ଶ୍ରୀ କୁମାର, ମହନ୍ତ ଚିନ୍ମୟ ଦାସ, ବବିତା ପାତ୍ର, ବନଜା ପଣ୍ଡା. ଏକାଦଶୀ ସେଠୀ , ଗୋବିନ୍ଦ ବିଷୋୟୀ ପ୍ରମୁଖଙ୍କ ସମେତ ବହୁ ଦଳିଅ କର୍ମୀ ଓ ଜଣସାଧାରଣ ଉପସ୍ଥିତ ରହି ମୋଦିଙ୍କ ଦୀର୍ଘ ଜୀବନ କାମନା କରିବା ସହ ଉତ୍ତର ଉତ୍ତର କାମନା କରିଥିଲେ ।


