ପ୍ରର୍ଯ୍ୟଟନ ମନ୍ତ୍ରୀ ଙ୍କ ଦ୍ୱାରା ବିଭିନ ଉନ୍ନତି ମୂଳକ କାମର ଉଦଘାଟନ
ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ ବିଭିନ ପ୍ରର୍ଯ୍ୟଟନ ସ୍ଥଳୀ ରହିଛି ଯେପରିକି ମହେନ୍ଦ୍ର ତନୟା ପାହାଡ଼, ମାଙ୍କଡ଼ ଡିଆ ଜଳ ପ୍ରପାତ, ଗଣ୍ଡାହାତୀ ଜଳ ପ୍ରପାତ, ହରଭଙ୍ଗୀ ଡେମ ଏଭଳି ବିଭିନ ପ୍ରର୍ଯ୍ୟଟନସ୍ଥଳୀ ରହିଛି | ସେଥି ମଧ୍ୟରୁ ବେଶ ଚର୍ଚ୍ଚାରେ ଓ ପ୍ରର୍ଯ୍ୟଟକଙ୍କ ମନକୁ ଆକର୍ଷଣ କରୁଛି ଜିରାଙ୍ଗ ବୌଦ୍ଧ ମନ୍ଦିର ଓ ଖସଡ଼ା ଜଳ ପ୍ରପାତ | ଏଠିକି ପ୍ରର୍ଯ୍ୟଟନଋତୁ ଆସିଲେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଲୋକଙ୍କ ଭିଡ଼ ଜମିଥାୟ ଏବଂ ପରିବାର ସହ ଆସି ଭୋଜି ଭାତ କରି ମଜା ନିଅନ୍ତି ଲୋକେ | ଏହା ର ଉର୍ଣ୍ଣତି ନିମନ୍ତେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ବହୁ ପ୍ରୟାସ ଯାହା କି ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପଦ୍ମସମ୍ଭବ ବୌଦ୍ଧ ମନ୍ଦିର ନିକଟରେ ଏକ ବିରାଟ ପଦ୍ମସମ୍ଭବ ଙ୍କ ମୂର୍ତ୍ତି ର ଉଦଘାଟନ କରିଥିଲେ | ପରେ ଏହା ର ସୁନ୍ଦର ତା ବୃଦ୍ଧି ପାଇଁ ଜିଲ୍ଲାପାଳ ସରକାରଙ୍କୁ ଅନୁରଧ କରି ଉକ୍ତ ପଦ୍ମସମ୍ଭବ ପାଖରୀ ରେ ବୋଟିଂ ସୁଭିଧା,ବିଭିନ କଳାକୃତିରମୃତ୍ତି ,ଚାରି ପାଖରେ ଫୁଲ ଗଛ ସହ ବହୁ ସାଜସଯ କରାଯାଇଛି | ସେହିପରି ପ୍ରର୍ଯ୍ୟଟକଙ୍କ ଭୋଜି ଭାତ ପାଇଁ ତିନଟି ପିଣ୍ଡିର ନିର୍ମାଣ ହଇଛି ଏବଂ ହରଭଙ୍ଗୀ ଡେମ ଠାରେ ମଧ୍ୟ ଏକ ବିରାଟ ଦର୍ଶକ ଗେଲେରି ନିର୍ମାଣ ହଇଛି ଏହାର ଉର୍ଣ୍ଣତି ପାଇଁ ଜିଲ୍ଲାପାଳ ଶ୍ରୀ ସାହା ବହୁ ପରିଶ୍ରମ କରିଛନ୍ତି ଯାହାକି ଆଜି ସଫଳ ହୋଇଛି | ଦିନିକିଆ ଗସ୍ତ ରେ ଆସି ପ୍ରର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସବୁର ଉଦଘାଟନ କରିଛନ୍ତି ଏବଂ ଆଗକୁ ଗଜପତି ଜିଲ୍ଲା ରେ ଥିବା ଅନ୍ୟ ପ୍ରର୍ଯ୍ୟଟନସ୍ଥଳି ଗୁଡିକୁ ମଧ୍ୟ ଉର୍ଣ୍ଣତି କରାଯିବ କହିଛନ୍ତି ମନ୍ତ୍ରୀ ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାହା ଜିରାଙ୍ଗ ମନ୍ଦିର ବଡଗୁରୁଜୀ ଲାମା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରସାହୁ, ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ର ବହୁ ଅଧିକାରୀ ନିର୍ବାହି ଯନ୍ତ୍ରୀ ବ୍ଲକ କର୍ମଚାରୀ ଜଗବନ୍ଧୁ ଆଚର୍ଯ୍ୟ,ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ପାରଳାଖେମୁଣ୍ଡି ରାଜଜେମା ଓ ବହୁ ବିଜେଡି ଦଳ ର କର୍ମୀମାନେ ଯୋଗ ଦେଇଥିଲେ | ପ୍ରକାଶ ଥାଉକି କୋଭିଡି ନିଅମକୁ ମାନିଲେ ମନ୍ତ୍ରୀ ମାକ୍ସ ବ୍ୟବହାର କରିବା ସହ ଜିରାଙ୍ଗ ମନ୍ଦିର ଭିତରକୁ ପ୍ରବେଶ କରିଲେ ନାହିଁ | ଏହା କୁ ଦେଖି ଅଞ୍ଚଳରେ ରହୁଥିବା ବୌଦ୍ଧ ଧର୍ମୀ ମନେ ବହୁ ଖୁସୀ ଅନୁଭବ କରିଛନ୍ତି |


