ପ୍ରଶାସନର ବିଫଳତା ପ୍ରତିବାଦରେ ଗଜପତିର ଗୁମ୍ମା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ହାଣ୍ଡି ରଖି ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପ୍ରଚଣ୍ଡ ରୌଦ୍ର ତାପରେ ଗଜପତି ଜିଲ୍ଲାର ବହୁ ଅଞ୍ଚଳରେ ଲୋକେ ପିଇବା ପାଣିର ଅଭାବ ପରିଲକ୍ଷିତ ହୋଇଛି. ପାଣି ମୁନ୍ଦାଏ ପାଇଁ ଅନେକ ସ୍ଥାନରେ ଲୋକେ ଡହଳ ବିକଳ ହେବାରେ ଲାଗିଛନ୍ତି. ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ କ୍ଷ୍ରୀଷ୍ଟୟାନ ସାହିର ବାସିନ୍ଦା ମାନେ ପାନୀୟ ଜଳ ସମସ୍ୟା ନେଇ ବହୁ ଥର ବ୍ଲକ ପ୍ରଶାସନଙ୍କୁ ନିବେଦନ କରିଥିଲେ. ପ୍ରଶାସନ ପାନୀୟ ଜଳ ଯୋଗାଣରେ ବିଫଳ ହେବାରୁ ଲୋକେ ଖାଲି ମାଠିଆ ହାଣ୍ଡି ଧରି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି.ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ। ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।ନିକଟରେ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ପାଇଁ ଗଜପତି ଜିଲ୍ଲା ପାଇଁ ୩୭୯ କୋଟି ୧୮ଲକ୍ଷ ଟଙ୍କାକୁ ଅନୁମୋଦନ କରିଥିଲେ।ସେଥିମଧ୍ୟରୁ ଗୁମ୍ମା ବ୍ଲକର ୧୬ଟି ପଞ୍ଚାୟତର ୧୫୬ ଗ୍ରାମର ୫୮.୯୭୭ ଜଣଙ୍କ ଉପକାର ପାଇଁ।ହେଲେ ବିଭାଗ୍ୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗୁରୁବାର ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ପାଣି ହାଣ୍ଡି ଦେଖିବାକୁ ମିଳିଥିଲା।ସୂଚନା ଥାଉ କିଯେ ଗୁମ୍ମା ଖ୍ରୀଷ୍ଟିୟାନ ସାହି ବାସିନ୍ଦା ଗୁମ୍ମା ବ୍ଲକ ଓ ଗୁମ୍ମା ଗ୍ରାମ୍ୟ ପଞ୍ଚାୟତକୁ ବଦନାମ ନହେବା ପାଇଁ ଗୋଟିଏ ଦିନ ପାଣି ପାଇଲେ ଆଠଦିନ ଅପେକ୍ଷା କରିବାକୁ ପଡ଼ୁଥିଲା।କିନ୍ତୁ ଦୀପ ତଳେ ଅନ୍ଧାର ଶତ୍ରୁସ୍ୟ ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା ଖ୍ରୀଷ୍ଟିୟାନ ସାହି ବାସିନ୍ଦା ପିଇବା ପାଣି ପାଇଁ ଡହଳ ବିକଳ।ବିଡ଼ମ୍ବନାର ବିଷୟ ଯେ ବିଭାଗ୍ୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଗୁମ୍ମା ଖ୍ରୀଷ୍ଟିୟାନ ସାହି ବାସିନ୍ଦା।ପାଣି ସମସ୍ୟା ସମ୍ପର୍କରେ ଗ୍ରାମସେବକ ସାନ୍ତୁନୁ କୁମାର ହତାଙ୍କୁ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ସାହିରେ ୩୮୫ ପରିବାର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏନେଇ ବିଡ଼ିଓ ଅନୁପ ଅଭିଷେଖ ବେହେରା କହିଛନ୍ତି ଯେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ