ପ୍ରଶାସନିକ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇ ମୃତ କର୍ମଚାରୀ ପରିବାରବର୍ଗ ରାଜରାସ୍ତାରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଦାବି ପତ୍ର ତା ୨୨.୧୧.୨୦୨୨ରେ ଦିଆଯାଇଥିଲା ଏବଂ ପୁନର୍ବାର ସ୍ମାରକପତ୍ର ତା ୧୦.୦୧.୨୦୨୩ରେ ଦିଆଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆମ ସଂଘକୁ ଚିଠି ସଂଖ୍ୟା ୩୨୪୨/ଏରଦ୍ଭ ତା ୦୭.୦୨.୨୦୨୩ରେ କୁହାଗଲା ଯେ, ନୂତନ ନିୟମ ୨୦୨୦ ଚକ୍ସକ୍ଟଗ୍ଦକ୍ଟ୍ରରମଗ୍ଧସଙ୍ଖର ଋଲଲରମଗ୍ଧ ଅଟେ ଏବଂ ନୂତନ ନିୟମ ୨୦୨୦ରେ ଥିବା ଜଙ୍କକ୍ଷର-୬, ଝଙ୍କଭ ଜଙ୍କକ୍ଷର-୯ ମଧ୍ୟ ଚକ୍ସକ୍ଟଗ୍ଦକ୍ଟ୍ରରମଗ୍ଧସଙ୍ଖର ଋଲଲରମଗ୍ଧ ଅଟେ ବୋଲି କହିଲେ ଯାହାକି ଆଇନ ସମ୍ମତ ନୁହେଁ । ନୂତନ ନିୟମ ୨୦୨୦ରେ ଥିବା ଜଙ୍କକ୍ଷର-୬, ଝଙ୍କଭ ଜଙ୍କକ୍ଷର-୯ ଆଇନ ଅନୁଯାୟୀ ଜରଗ୍ଧକ୍ସକ୍ଟଗ୍ଦକ୍ଟ୍ରରମଗ୍ଧସଙ୍ଖର ଋଲଲରମଗ୍ଧ ହେବା କଥା । କିନ୍ତୁ ପ୍ରଶାସନିକ ବଡ଼ ପଣ୍ଡାମାନେ ମୃତ କର୍ମଚାରୀ ପରିବାରବର୍ଗଙ୍କୁ ଚାକିରୀ ନ ଦେବା ଆଳରେ ଏହି ନିୟମ କରିଛନ୍ତି । ଏହି ଚିଠିରେ ଏନ.ସି. ସନ୍ତୋଷ କେସ୍‌ଟିକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠର ନିର୍ଦ୍ଦେଶନାମାକୁ ୨୭୪୧୪/ଏରଦ୍ଭ ତା ୧୧.୧୦.୨୦୨୧ରେ ଏକ ବିଜ୍ଞପ୍ତି ଜାରିକରି ମୃତ କର୍ମଚାରୀ ପରିବାରବର୍ଗଙ୍କୁ ଚାକିରୀ ନ ଦେବା ପାଇଁ ସରକାର ଆଉ ଏକ ବାହାନା କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଏହି କେସ୍‌ର ବିଷୟବସ୍ତୁରେ କହିଛନ୍ତି ବିଳମ୍ବରେ ଆବେଦନ କରିଥିବା ଆବେଦନ ପତ୍ରକୁ ବିଚାର ସମୟରେ ଯେଉଁ ନିୟମ ଥିବ ସେହି ନିୟମରେ ନେବା ପାଇଁ । କିନ୍ତୁ ସରକାର ଏହି ନିର୍ଦ୍ଦେଶକୁ ସମସ୍ତ ମୃତ କର୍ମଚାରୀଙ୍କ ପରିବାର କ୍ଷେତ୍ରରେ ଲାଗୁ କରିବା କଣ ଆଇନ ସମ୍ମତ କି? ଏହି ବିଜ୍ଞପ୍ତିକୁ ସରକାର ଅଗଣତାନ୍ତ୍ରିକ ଭାବେ ଜାରି କରି ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବଡ଼ ପଣ୍ଡାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ପୁଣିଥରେ ଆମ ସଂଘ ପକ୍ଷରୁ ପୁରୁଣା ଆବେଦନ ପତ୍ରଗୁଡ଼ିକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଚାରକୁ ନେବା ପାଇଁ ଲିଖିତ ଦାବିପତ୍ର ତା ୨୦.୦୨.୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିଲା । ଏହାକୁ ସରକାର ଅଣଦେଖା କରି ନୀରବଦ୍ରଷ୍ଟା ରହିଲେ । ପୁନର୍ବାର ୧୭.୦୩.୨୦୨୩ ତାରିଖରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଦାବିପତ୍ରକୁ ପୁନର୍ବାର ଦିଆଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜେ ମୁଖ୍ୟ ଶାସନ କହିଲେ ଯେ, ମୁଁ ନ୍ୟାୟରେ ଯାହାହେବ ତାହା କରିବି ଓ ପୂର୍ବରୁ ପଡ଼ି ରହିଥିବା ଦରଖାସ୍ତ ଗୁଡ଼ିକୁ ନୂତନ ନିୟମରେ କିପରି ନିଆଗଲା ତାହା ତର୍ଜମା କରି ତୁମକୁ କିପରି ନ୍ୟାୟ ମିଳିବ ୧୫ ଦିନ ମଧ୍ୟରେ ଜଣାଇବି । ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୩୨ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ସଂଘକୁ କୌଣସି ସୂଚନା ମିଳିଲା ନାହିଁ କି ଡ଼ାକରା ମିଳିଲା ନାହିଁ । ଏହାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆମ ସଂଘକୁ ଚିଠି ସଂଖ୍ୟା ୯୯୮୬/ଏରଦ୍ଭ ତା ୦୬.୦୪.୨୦୨୩ ମାଧ୍ୟମରେ କୁହାଗଲା ଯେ, ତମେ ଯେଉଁସବୁ ଦାବି ଅଛି ତାହା ଯୁକ୍ତିଯୁକ୍ତ ନୁହେଁ । ଏହାକୁ ଆମେ ବିଚାରକୁ ନେବୁ ନାହିଁ । କିନ୍ତୁ ସରକାର ମଳୟା ନନ୍ଦ ସେଠୀଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀକନିଷ୍ଠ କିରାଣୀ ଭାବେ ସୁନ୍ଦରଗଡ଼ ଅବକାରୀ ବିଭାଗରେ ନିଯୁକ୍ତି ଦେଲେ । ସୁବାସ ଚନ୍ଦ୍ର ଖଟୁଆଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳସମ୍ବଦ ବିଭାକ, କଟକରେ ପିଅନ ଭାବେ ନିଯୁକ୍ତି ଦେଲେ । ଏହାପରେ ମାନ୍ୟବର ହାଇକୋର୍ଟଙ୍କ ଆଦେଶ କ୍ରମେ ଯୋଗେନ୍ଦ୍ର ସାହୁ ଓ ବିରଜା ଶଙ୍କର ମହନ୍ତଙ୍କୁ ପିଅନ ଭାବେ ପୁରୁଣା ନିୟମ ଅନୁଯାୟୀ ନିଯୁକ୍ତି ଦେଲେ । କିନ୍ତୁ ଅନ୍ୟ ମୃତ କର୍ମଚାରୀ ପରିବାରବର୍ଗର ଆଶାୟୀମାନଙ୍କୁ କାହିଁକି ସରକାର ପୁରୁଣା ନିୟମରେ ଦେଉନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ସରକାର ନାରୀ ସଶକ୍ତିକରଣ କରି ପ୍ରଶାସନିକ କ୍ଷେତ୍ରରେ ଡ଼ିଣ୍ଡିମ ବାଡଉଛନ୍ତି ହେଲେ ମୃତ ସରକାରୀ କର୍ମଚାରୀ ପରିବାରର ବିଧବା ପତ୍ନୀ ଓ ତା ପରିବାରକୁ ଅବହେଳା କରାଯାଉଛି । କଣ ସେମାନେ ନାରୀ ନୁହଁନ୍ତି ଏହା ସାଧାରଣରେ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କୁ ଆମ୍ଭ ସଂଘ ପକ୍ଷରୁ ଅନୁରୋଧ କରାଯାଉଛି ଯେ, ପୂର୍ବରୁ ପଡ଼ି ରହିଥିବା ଆବେଦନ ପତ୍ରକୁ ଗଣତାନ୍ତ୍ରିକ ପଦ୍ଧତିରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ