ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ପାଇଁ ସ୍ମୃତିଚାରଣ ସଭା 

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭଗବାନ ଦାସଙ୍କ ୨୨ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ରବିବାର ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଭଗବାନ ଦାସ ମେମୋରିଆଲ ଟ୍ରଷ୍ଟର ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତିଚାରଣ ସଭାରେ ଟ୍ରଷ୍ଟର ସଂପାଦକ ନିଲୁରାମ ଜେନା, ସଦସ୍ୟ ବୈରାଗୀ ଚରଣ ବିଶ୍ୱାଳ, ନିରଂଜନ ବେହୁରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ, ରାମଚନ୍ଦ୍ର ପୁହାଣ ପ୍ରମୁଖ ଯୋଗ ଦେଇ କର୍ମଯୋଗୀ ଭଗବାନ ଦାସଙ୍କର ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରତ୍ୟେକଙ୍କୁ ମାନପତ୍ର ଓ ୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ