ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ :ହିଞ୍ଜିଳିକାଟୁକୁ ହରାଇ ସେମିରେ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ ମୁଣ୍ଡମରାଇ ଦଳ
ହିଞ୍ଜିଳିକାଟୁ, ୨୫ା୫ (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର୪ର୍ଥ କ୍ୱାଟର ଫାଇନାଲ ମ୍ୟାଚ ଗୁରୁବାର ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ସହ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ମୁଣ୍ଡମରାଇ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ଗୋଟି ମୂଲ୍ୟବାନ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦିଲୁ ୫୬ ବଲରୁ ୨୧ଟି ଚୌକା ଓ ୨ଟି ବିଶାଳ ଛକା ସହାୟତାରେ ୧୧୬ ରନ୍ ସଂଗ୍ରହ କରିଥିଲେ । ଜବାବରେ ହିଞ୍ଜିଳିକାଟୁ ଦଳ ୨୦ଓଭରରେ ୧୧୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ୬୨ ରନରେ ବିଜୟ ଲାଭ କରିଥିଲା । ମୁଣ୍ଡମରାଇ ଦଳ ପକ୍ଷରୁ ଦିଲୁ ସର୍ବାଧିକ ୧୧୬ ରନ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ରାଜ୍ୟ ବିଜେପି ପୂର୍ବତନ ଉପସଭାପତି ଦେବାନନ୍ଦ ମହାପାତ୍ର ଯୋଗଦେଇ ଦିଲୁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ବିଷ୍ଣୁ ପ୍ରସାଦ ପଣ୍ଡା ଓ ସନ୍ତୋଷ ପ୍ରଧାନ ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ସତିଶ କୁମାର ପାଢି ।ଜଗନ ଡ଼ାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ । ବାବୁଲି, ସୁମନ, ତପନ ବେହେରା ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମର ସଦସ୍ୟ ସହଯୋଗ କରିଥିଲେ । ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚ ଅମରନାଥ କ୍ରିକେଟ କ୍ଳବ, ଆସିକା ସହ ପାୱାର କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହେବ ।


