ପ୍ରେମ ଓ ସମ୍ପର୍କର ଅର୍ଥ ଶିଖାଇଥାଏ ବ୍ରେକ୍ଅପ୍
ବ୍ରେକ୍ଅପ୍ର ଅନୁଭବ କାହାରିକୁ ଭଲ ଲାଗି ନ ଥାଏ । କେତେକ ଲୋକ ବ୍ରେକ୍ଅପ୍ ପରେ ଏତେ ମାତ୍ରାରେ ଭାଙ୍ଗିପଡ଼ନ୍ତି ଯେ ଏଥିରୁ ବାହାରିବାକୁ ସେମାନଙ୍କୁ ବହୁତ ସମୟ ଲାଗିଯାଏ । ପ୍ରେମ ଓ ସମ୍ପର୍କ ବିଷୟରେ ବ୍ରେକ୍ଅପ୍ ବହୁତ କିଛି ଶିଖାଇଥାଏ । ଚାଲନ୍ତୁ ଜାଣିବା ଏମିତି କିଛି କଥା, ଯାହା ବ୍ରେକ୍ଅପ୍ ପରେ ବୁଝା ପଡ଼ିଥାଏ ।
ମିଷ୍ଟର ରାଇଟ୍ କିମ୍ବା ମିସ୍ ରାଇଟ୍ ବୋଲି କିଛି ନାହିଁ
ପ୍ରେମରେ ବୁଡ଼ି ରହିଥିବା ଲୋକଙ୍କୁ ନିଜ ପାର୍ଟନରଙ୍କ ସବୁକିଛି ପରଫେକ୍ଟ ଲାଗିଥାଏ । ଡେଟିଂ କରିବା ସମୟରେ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ପରସ୍ପରଙ୍କ କେବଳ ଭଲ ଜିନିଷ ଦେଖିଥାନ୍ତି । ଲୋକେ ସାଧାରଣତଃ ନିଜ ପାର୍ଟନରଙ୍କ ଖରାପ ଅଭ୍ୟାସକୁ ଅଣଦେଖା କରିଥାନ୍ତି । ଏହାର ଅନୁଭବ ବ୍ରେକ୍ଅପ୍ ପରେ ହିଁ ହୋଇଥାଏ । ବ୍ରେକ୍ଅପ୍ ପରେ ଜଣାପଡ଼ିଥାଏ ଯେ ବାସ୍ତବରେ କେହି ବି ମିଷ୍ଟର ରାଇଟ୍ କିମ୍ବା ମିସ୍ ରାଇଟ୍ ନ ଥାନ୍ତି । ଭୁଲ୍ ଜିନିଷକୁ ଜାଣିଶୁଣି ଅଣଦେଖା କରିବା ଉଚିତ ନୁହେଁ ।
ଖରାପ ସମ୍ପର୍କକୁ ଶୀଘ୍ର ଶେଷ କରନ୍ତୁ
ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ମଧ୍ୟ ଲୋକେ ଏହାକୁ ଜବରଦସ୍ତ ଟାଣିଥାନ୍ତି । ପ୍ରେମରେ ପଡ଼ିବା ପରେ କେତେକ ଲୋକେ ବୁଝିପାରନ୍ତି ଯେ ସେମାନେ ଭୁଲ୍ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଚୟନ କରିଛନ୍ତି । ଏହାସତ୍ତ୍ୱେ ମଧ୍ୟ ବ୍ରେକ୍ଅପ୍ କରିବାକୁ ସାହସ କରନ୍ତି ନାହିଁ । ଏହାର ପ୍ରଭାବ ଧୀରେ ଧୀରେ ମସ୍ତିଷ୍କ ଉପରେ ପଡ଼ିବାରେ ଲାଗିଥାଏ । ଶେଷରେ ସମସ୍ୟା ବଢ଼ିଯାଇ ବ୍ରେକ୍ଅପ୍ରେ ଶେଷ ହୋଇଥାଏ । ବ୍ରେକ୍ଅପ୍ ପରେ ଲୋକେ ବୁଝିପାରନ୍ତି ଯେ ଖରାପ ରିଲେସନଶିପ୍କୁ ଶେଷ କରିବା ଉଚିତ୍ ।


