ପ୍ରେମ ପାଇଁ ନିଜେ ରଚିଥିଲା ନିଜର ଅପହରଣ : ଡେଲିଭରି ବଏ ଅପହରଣ ଘଟଣାର ପର୍ଦ୍ଦାଫାଶ

ଭୁବନେଶ୍ବର : ଡେଲିଭରି ବଏ ପତିତପାବନ ନିଜେ ରଚିଥିଲା ନିଜର ଅପହରଣର କାହାଣୀ। ହେଲେ ତିନି ଦିନ ପରେ ଏହି ଅପହରଣ ନାଟକ ଉପରୁ ପରଦା ଉଠାଇଛି କମିସନରେଟ୍ ପୁଲିସ। ବିବାହିତ ‌ହେଲେ ବି ପତିତପାବନ ଜଣେ ପ୍ରେମିକା ସହ ଟ୍ରେନରେ ଫେରାର ହେଉଥିବା ବେଳେ ପୁଲିସଠାରୁ ସୂଚନା ପାଇ ମଧ୍ୟପ୍ରଦେଶର କଟନୀ ଷ୍ଟେସନରେ ଆରପିଏଫ୍ ପତିତପାବନ ଓ ତା’ର ପ୍ରେମିକାକୁ ଅଟକ ରଖିଛି। ଧଉଳି ଥାନା ଆଇଆଇସି ଓ ତାଙ୍କ ଟିମ୍ ଆଜି ମଧ୍ୟପ୍ରଦେଶ ଯାଇଛନ୍ତି। ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା‌ ପରେ ବୁଧବାର ସନ୍ଧ୍ୟା ସୁଦ୍ଧା ଉଭୟଙ୍କୁ ନେଇ ପୁଲିସ ଟିମ୍ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ