ପ୍ରେରଣା ପକ୍ଷରୁ  ଋୁତୁ ଆସିଲାରେ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୌସୁମୀ ବର୍ଷାକୁ ସ୍ୱାଗତ କରି ଗଛ ଲଗାଇବା ନିମନ୍ତେ ଜନସାଧାରଣଙ୍କୁ ଆହ୍ୱାନ ଦେବା ଉଦ୍ଦେଶ୍ୟରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଗଛ ଲଗାଇବାର ଋତୁ ଆସିଲାରେ ନାମକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୋଭାଯାତ୍ରା ଓ ଚିତ୍ରାଙ୍କନ ଆଦି ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ପରିସରରେ ଅନୁଷ୍ଠିତ ହେବା ପରେ ଶୋଭାଯାତ୍ରାକାରୀମାନେ ଜନସଚେତନତା କରିବା ପାଇଁ ସ୍ଥାନୀୟ ଅଞ୍ଚଳମାନ ତଥା ରାଜଧାନୀର ବିଭିନ୍ନ ଟ୍ରାଫିକପୋଷ୍ଟ ନିକଟରେ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ । ଏଥିସହିତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନୃତ୍ୟ ଆଦି ବର୍ଷାକୁ ସ୍ୱାଗତ କରିବା ସହିତ ଗଛ ଲଗାଇବା ପାଇଁ ଋତୁ ଆସିଛି ବୋଲି ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଥିଲେ ।ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ, ଗଛଲତାର ଅଭାବ ପାଇଁ ଚଳିତବର୍ଷ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେଲେ, ଏହାଦ୍ୱାରା ଅଂଶୁଘାତ ସହିତ ଜୀବଜଗତ ଓ ପ୍ରାଣୀଜଗତର ଜଳକ୍ଲିଷ୍ଟ ଅଭାବ ଆମେ ଉପଲବ୍ôଧ କରିଛେ । ଏପରିସ୍ଥଳେ ବ୍ୟାପକ ବୃକ୍ଷରୋପଣ ହିଁ ଉତ୍ତପ୍ତ ପୃଥିବୀକୁ ଶୀତଳ କରିବା ସହିତ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ସହ ଜୀବଜଗତ ଓ ପ୍ରାଣଜଗତକୁ ସୁରକ୍ଷିତ ରଖିବା ସହିତ ଆମ୍ଭମାନଙ୍କର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସୁରକ୍ଷା କବଚ ହେବ । ନଚେତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ଆମେ ସମ୍ମୁଖୀନ ହେବା ଓ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲର ଖୋଲିଲା ପରି ଏଠାରେ ଅକ୍ସିଜେନ ପାର୍ଲର ଖୋଲିବ ଓ ବେଜିଂ ଆଦି ସ୍ଥାନରେ ଅକ୍ସିଜେନ ଲିଟର ଦୋକାନ ବଜାରରେ ପାଣି ପାଉଚ୍ ପରି ବିକ୍ରି ହେଲା ଭଳି ଆମର ଏଠି ମଧ୍ୟ ବିକ୍ରି ହେବ । ତେଣୁ ଚଳିତ ବର୍ଷାଋତୁରେ ଅଧିକରୁ ଅଧିକ ଗଛ ଲଗାଇ ଓଡ଼ିଶାକୁ ସବୁଜ ସୁନ୍ଦର କରିବା ସହିତ ବିଶ୍ୱବାସୀ ଏହି ଅଭିଯାନରେ ସାମିଲ୍ ହେବାକୁ ଡଃ ଶ୍ରୀଚନ୍ଦନ ଆହ୍ୱାନ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ ଅଜୟ ସ୍ୱାଇଁ, ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ପକ୍ଷୀଘର ପତ୍ରିକାର ସମ୍ପାଦକ ବନୋଜ ତ୍ରିପାଠୀ ପ୍ରମୁଖ ବିଭିନ୍ନ ସ୍କୁଲ୍‌ର ଛାତ୍ରଛାତ୍ରୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ପରିବେଶ ସୁରକ୍ଷା, ଜୀବନ ରକ୍ଷା, ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ, ଆଗେ ଲଗାଇବା ଗଛ, ଆଉ ସବୁକଥା ପଛ, ଗଛ ଆମର ଜୀବନଧନ, ଯୋଗାଏ ଆମକୁ ପାଣିପବନ ଆଦି ସ୍ଲୋଗାନ ଦେବା ସହ ବୃକ୍ଷରୋପଣ ପୃଥିବୀକୁ ସୁରକ୍ଷା କରିବା ପାଇଁ ଓ ଆଗାମୀ ବଂଶଧରମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ