ଫାର୍ମ ହାଉସ୍ରୁ ମୃତଦେହ ମିଳିବା ପରେ ବିବାଦରେ ଅଭିନେତା ନାଗାର୍ଜୁନ
ନୂଆଦିଲ୍ଲୀ :ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଫାର୍ମ ହାଉସରୁ ବୁଧବାର ଏକ ଅଜଣା ଶବ ଉଦ୍ଧାର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜୈବିକ ଚାଷ ପାଇଁ ନାଗାର୍ଜୁନ ନିଜର ଫାର୍ମର ସର୍ଭେ କରିବାକୁ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ । ସର୍ଭେ ସମୟରେ ଯୁବକଜଣଙ୍କ ଅଜଣା ଶବ ଦେଖି ଅଶ୍ଚର୍ୟ୍ୟ ହୋଇଯିବା ସହ ଖବରଟି ଏବେ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟ୍ୟ କରିଛି । ସୂଚନା ମୁତାବକ, ନାଗାର୍ଜୁନଙ୍କ ପରିବାର କିଛି ବର୍ଷ ତଳେ ଏହି ଜାଗାକୁ କିଣିଥିଲେ । କିନ୍ତୁ ଏହାର କୌଣସି ବ୍ୟବହାର କରାଯାଇ ନଥିଲା । କିଛି ଦିନ ତଳେ ନାଗାର୍ଜୁନ ନିଜ ପତ୍ନୀ ଅମଲାଙ୍କ ସହ ଯାଇ ସେଠାରେ ଗଛ ଲଗାଇଥିଲେ । କିନ୍ତୁ ତାଙ୍କୁ ଏ ବିଷୟରେ ଜଣା ନଥିଲା । ତେବେ ଯାଞ୍ଚ ପରେ ମୃତଦେହଟି ୬ମାସ ପୁରୁଣା ବୋଲି ଜଣା ପଡ଼ିଥିବା ବେଳେ ମୃତଦେହର ପରିଚୟ ଜାଣିବାକୁ ଚେଷ୍ଟା କରୁଛି ପୁଲିସ ।


