ଫିଜିଓଥେରାପିର ଉପାଦେୟତା ସଂକ୍ରାନ୍ତରେ ଆଲୋଚନା

କଟକ, (ଯୁଗାବ୍ଦ ନ୍ୟୁଜ):ହୋପ ଏଜ ଟ୍ରଷ୍ଟ ପକ୍ଷରୁ ଫିଜିଓଥେରାପିର ଉପାଦେୟତା ସଂକ୍ରାନ୍ତରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ମାର୍କତ ନଗର ସେକ୍ଟର ୭ସ୍ଥିତ ଆଶ୍ରୟ ଦି ସେଲଟର ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଓଲଟପୁର ସ୍ଥିତ ଏସ ଭି ନିରତାରର ନିର୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଯୋଗ ଦେଇ କହିଲେଯେ ବରିଷ୍ଠ ନାଗରିକ ମାନେ ସର୍ବଦା ନିଜକୁ ଚାପ ମୁକ୍ତ, ସୁସ୍ଥ ତଥା ସକ୍ରିୟ ରଖିବା ପାଇଁ ଦୈନନ୍ଦିନ ଜୀବନରେ ଫିଜିଓଥେରାପିର ଉପଯୋଗ କରିବା ଆବଶ୍ୟକ। ଆଣ୍ଠୁ ଗଣ୍ଠି ବାତ, ମେରୁ ଦଣ୍ଡ ବ୍ୟାଧି ଜନିତ କଷ୍ଟରୁ ଉପଶମ ପାଇବା ଲାଗି ଏହା ଏକ ଫଳପ୍ରଦ ଚିକତ୍ସା ପଦ୍ଧତି ବୋଲି ସେ ମତ ପ୍ରକାଶ କରିଥିଲେ। ସଭାପତି କିଶୋର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଠି ଡ଼କ୍ଟର ସତ୍ୟ ରାୟ, ସଂପାଦକ ରଞ୍ଜିତ ସାହୁ, ଯୁଗ୍ମ ସଂପାଦକ ସୁଜାତା ପଟ୍ଟନାୟକ, ବିଜୟ କୁମାର ପୁଷ୍ଟି, କୈଳାଶ ଚନ୍ଦ୍ର ମିଶ୍ର, ବଂଶୀଧର ରାଉତ, ଇଂ କେ. କେ ଦାସବର୍ମା, ରବିନ୍ଦ୍ରନାଥ ମିଶ୍ର ସୌଦାମିନୀ ଜେନା ପ୍ରମିଳା ଦାସବର୍ମା, କେଦାର ନାଥ ଜାଲି, ଉତ୍କଳ ଭୂଷଣ ରାଉତରାୟ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ