ଫିରିଙ୍ଗିଆ ଘଟଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କିମ୍ବା କୌଣସି ବାହ୍ୟ ଶକ୍ତି ଦ୍ୱାରା ବିଭିନ୍ନ ସମସ୍ୟାରେ ପଡିଥାନ୍ତି। ପୁଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଞ୍ଚଳରେ ଖେଳି ଯାଇଛି ଅଶାନ୍ତ ପରିବେଶ. ଫିରିଙ୍ଗିଆ ଥାନା ଅଧିକାରୀ ଓ କିଛି ଗୃହରକ୍ଷୀ ପୁଲିସ ଗାଡ଼ିରେ ଗଞ୍ଜେଇ ବେପାରକୁ ନେଇ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା, ଏହାପରେ ଜିଲା ଅଧିକାରୀ ପଦକ୍ଷେପ ନ ନେବା, ୫ ତାରିଖ ସକାଳୁ ଦିନ ଦୁଇଟା ପର୍ୟ୍ୟନ୍ତ ଜନସାଧାରଣ ଧାରଣାରେ ବସିବା, ପୁଲିସ୍ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଜନସାଧାରଣ ବାଧ୍ୟ ହୋଇ ଥାନା ପର୍ୟ୍ୟନ୍ତ ଯାଇଥିଲେ ଯାହାଫଳରେ ଅଘଟଣ ଘଟି ଫିରିଙ୍ଗିଆ ଅଞ୍ଚଳ ଅଶାନ୍ତ ହୋଇଛି। ପୁଲିସ ପ୍ରଶାସନ ନିଜ ଦୋଷ ଘୋଡେଇ ବାକୁଯାଇ ଜନତାଙ୍କ ଉପରେ ଅକଥନିୟ ଅତ୍ୟାଚାର କରି ପ୍ରକୃତ ଦୋଷୀ ବଦଳରେ ସାଧାରଣ ଜନତାଙ୍କୁ ମାଡ ମାରି କୋର୍ଟ ଚାଲାଣ କରୁଛି, ଯାହାକି ଜିଲାରେ ଜନସାଧାରଣ ଭୟଭିତ ହୋଇଛନ୍ତି l ଏହିପରିପ୍ରେକ୍ଷୀରେ ଆଦିବାସୀ ନେତା ଲମ୍ବୋଦର କହଁର ଙ୍କ ଅଧ୍ୟକ୍ଷତାରେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ତଳଦଣ୍ଡିକିଆ ଠାରେ ଏକ ଏକ ଗୁରୁ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଦିବାସୀ ନେତା ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର ପଧାନ ଙ୍କ ସମେତ ବହୁ ବରିଷ୍ଠ ଆଦିବାସୀ ନେତାମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷ କରି ସାଧାରଣ ଜନତା ଦିନସାରା ରାଜରାସ୍ତାରେ ଧାରଣା ରେ ବସିଲେ ହେଲେ ପ୍ରଶାସନ କାହିଁକି ଜନସାଧାରଣ ଙ୍କ ନିକଟ କୁ ଆସି ସମାଧାନ କଲେ ନାହିଁ ଯାହାଫଳରେ ଅଘଟଣ ଘଟିଲା ଏଥି ନିମନ୍ତେ ପୁଲିସ କୁ ହିଁ ଦାୟୀ କରାଯାଉ , ଏବଂ ଜନସାଧାରଣଙ୍କୁ ପାଣି ପିଆଇ ପିଆଇ ମାଡ ମାରିବା ପ୍ରତିବାଦ କରିବାକୁ ନିଷ୍ପତ୍ତି କରାଯାଇଛି। କନ୍ଧମାଳ ମିଳିତ ମଞ୍ଚ ସବୁ ବର୍ଗ ଓ ଧର୍ମର ଜନତାଙ୍କୁ ନେଇ କନ୍ଧମାଳ ମଳିତ ମଞ୍ଚ ନାମକ ଏକ ସଂଗଠନ ଗଠନ କରାଯାଇଥିବାର ଏକ ବିବୃତ୍ତିରେ ଆଇନଜୀବି ସତ୍ୟ ନାରାୟଣ ବେହେରା ସୂଚନା ଦେଇଛନ୍ତି। ଉକ୍ତ କମିଟିରେ ସଭାପତି ରୂପେ ସମୀର ଘଟାଲ, ଉପସଭାପତି ରୂପେ ତିଳେଶ୍ୱର କହଁର , ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ସତ୍ୟନାରାୟଣ ବେହେରା, ସହ ସମ୍ପାଦକ ରୂପେ ଡ୍ରାଇଭର କହଁର, କାଯ୍ୟକାରୀ ସଦସ୍ୟ ରୂପେ ବାମଦେବ ମଲ୍ଲିକ, ଭୋଦେବ କହଁର, ଶିବ ଶଙ୍କର ସାହାଣୀ, ସୋମନାଥ ବାଗ, ପ୍ରଦୀପ କହଁର , ତ୍ରିନାଥ ମାଝୀ, ଦିବାକର ଡିଗାଲ, ପଙ୍କଜ ବେହେରା, ଅନାମ ଡିଗାଲ ଙ୍କୁ ମନୋନୀତ କରାଯାଇଛି l ଚଳିତ ମାସ ୨୮ ତାରିଖ ରେ ଏକ ପ୍ରତିବାଦ ଶୋଭାଯାତ୍ରା ଏବଂ ସାଧାରଣ ସଭା କରନେସନ ପଡିଆ ରେ କରାଯିବାକୁ ନିଷ୍ପତି ନିଆ ଯାଇଛି l ଏହି ସଭାରେ ଜ଼ିଲ୍ଲା ର ସବୁ ବ୍ଲକ ପ୍ରତିନିଧି ଯୋଗ ଦେଇଥିଲା ବେଳେ ଏଥିରେ ଉପଦେଷ୍ଟା ଭାବେ ଆଦିବାସୀ ନେତା ଲମ୍ବୋଦର କହଁର , ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର କହଁର ଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ