ଫୋଟୋ ଷ୍ଟୁଡିଓ ଖୋଲିବାକୁ ଅନୁମତି ମିଳିନାହିଁ

ଯାଜପୁର, (ଓ୍ବାଇଏନ୍ଏସ୍):ଦୀର୍ଘଦିନ ଧରି ଲକଡାଉନ ହେବା ଫଳରେ ଜିଲ୍ଲାର ସମସ୍ତ ଫୋଟୋ ଷ୍ଟୁଡିଓ  ବନ୍ଦ ରହିଅଛି ମାତ୍ର ଫୋଟୋଗ୍ରାଫର ମାନେ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡୁଛି ଫୋଟୋଗ୍ରାଫର ମାନେ ଅସହାୟ ଅବସ୍ଥାରେ ଥାଇ ଦୋକାନ ଘର ଭଡା ଦେବା କଷ୍ଟ ସାଧ୍ୟ ହେଉଛି କରୋନା ଲକଡାଉନ କଟକଣା ପାଇଁ ଦୁଇ ମାସ ହେଲା ସବୁ ଦୋକାନ ରେ ତାଲା ପଡିଥିଲା ବର୍ତମାନ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲା ଯିବା ପାଇଁ ଅନୁମତି ମିଳିଥିବା ବେଳେ ଫୋଟୋ ଷ୍ଟୁଡିଓ କୁ ସେଥିରୁ ବାଦ ଦିଆଯାଇଅଛି ଜିଲ୍ଲାର ୩ ଶହରୁ ଉର୍ଦ୍ଧ ଷ୍ଟୁଡିଓ ମାଲିକ ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା ବେଳେ ୫୦୦ ଶହରୁ ଅଧିକ ଫୋଟୋଗ୍ରାଫର ମଧ୍ୟ ଏହା ଉପରେ ନିର୍ଭର କରନ୍ତି କରୋନା ପାଇଁ ବିବାହ ଓ ବ୍ରତ ବନ୍ଦ ହୋଇଯାଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଫୋଟୋଗ୍ରାଫର ଓ ଷ୍ଟୁଡିଓ ମାଲିକ ଉଭୟେ ହାତବାନ୍ଧି ବସିଛନ୍ତି ଅନ୍ୟପକ୍ଷରେ ସାଧାରଣ ବ୍ୟାପାର ପାଇଁ  ଷ୍ଟୁଡିଓ ଖୋଲିବାକୁ ଅନୁମତି ମିଳିନାହିଁ l ତେଣୁ ଆଜି ଯାଜପୁର ଫୋଟୋଗ୍ରାଫର ଆସୋସିଏସନ ପକ୍ଷରୁ ଉପସଭାପତି ବିକାଶ ଚନ୍ଦ୍ର ପାଢ଼ୀ ସମ୍ପାଦକ ପ୍ରଭୁଦତ୍ତ ସାହୁ କୋଷାଧ୍ୟକ୍ଷ ମନୋରଞ୍ଜନ ପୃଷ୍ଟି ଯାଜପୁର ଟାଉନ ଜୋନ ର ଜୋନାଲ ହେଡ କାଜଲ କୁମାର ରାମ କୁଆଖିଆ ଜୋନ ର ଜୋନାଲ ହେଡ ନୀଳମଣି ପଣ୍ଡା, ବନମାଳୀ ସାହୁ, ସାଇ ସୁନ୍ଦର ରାଉତରାୟ ପ୍ରମୁଖ ଜିଲ୍ଲପାଳ ରଂଜନ କୁମାର ଦାସ ଙ୍କୁ ଭେଟି ଷ୍ଟୁଡିଓ ଖୋଲିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ