ଫ୍ରଣ୍ଟଲାଇନ ସାମ୍ବାଦିକ ସଂଘର ବୈଠକ ଏବଂ କର୍ମକ୍ରତା ଚୟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଫ୍ରଣ୍ଟଲାଇନ ସାମ୍ବାଦିକ ସଂଘର ସ୍ତାନୀୟ ପୁର୍ତବିଭାଗ ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଟିତ ହୋଇ କର୍ମକ୍ରତା ଚୟନ କରାଯାଇଛି । ଏଥିରେ ସଭାପତି ଭାବେ ଅସିତ କୁମାର ବେହେରା, କାର୍ଯ୍ୟକାରିଣୀ ସଭାପତି ଭାବେ ଭଗବତୀ ପ୍ରସାଦ ସାବତ, ସାଧାରଣ ସମ୍ପାଦକ ଭାବେ ଚିତ ରଂଜନ ନାୟକ, କୋଷାଦକ୍ଷ ଭାବେ ବନବାସୀ ପ୍ରଧାନଙ୍କୁ ଚୟନ କରାଯାଇଛି ।ଆଗାମି ଦିନର କାର୍ଯ୍ୟପନ୍ତା କଣକଣ କରାଯିବ ତାରି ଉପରେ ଆଲୋଚନା କରିବା ସହ ଆସନ୍ତା ୧ ତାରିଖରୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରାଯିବ । ସଂଘ ତରଫରୁ ଜାତୀୟ ସାମ୍ବାଦିକ ଦିବସକୁ ଉପଖଣ୍ଡ ସ୍ରରରେ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି ।ଏଥିରେ ରାମାନନ୍ଦ ଘଡେଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଶୁରେଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


