ଫ୍ଲାଇଂ ସ୍କ୍ୱାଡ ଟିମକୁ ଧମକ ବିରୋଦ୍ଧରେ ଥାନାରେ ଏତଲା
ବିଗତ ମାର୍ଚ୍ଚ ୨୮ ତାରିଖ ଦିନ ହିଞ୍ଜିଳି ନିର୍ବାଚନ ପାଇଁ ଫ୍ଲାଇଂ ସ୍କ୍ୱାଡ ବ୍ରହ୍ମପୁର ଓ ଆସ୍କା ରାସ୍ତା ମଝିରେ ତନ୍ନଖି କରୁଥିଲେ । ହିଞ୍ଜିଳି ନିର୍ବାଚନ ମଣ୍ଡଳିରୁ ବିଧାନସଭା ଆସନ ପାଇଁ ଲଢେଇ କରୁଥିବା ପିତାମ୍ବର ଆଚାର୍ଯ୍ୟଙ୍ ଗାଡିକୁ ଅଟକା ଯାଇଥିଲା । ଏହା ପରେ ଗାଡିକୁ ଅଟକା ଯାଇଥିଲା ପୋଲିସ ମଧ୍ୟ ଗାଡିକୁ ତନ୍ନଖି କରିଥିଲେ । ଏହା ପରେ ପିତାମ୍ବର ଫ୍ଲାଇଂ ସ୍କ୍ୱାଡ ଓ ମାଜିଷ୍ଟେଟ ଶ୍ରୀ ବିଶ୍ୱନାଥ ବେହେରା , ଆର.ଏନ.ପାଣିଗ୍ରାହି , ଦାଇତ୍ୱ ନିର୍ବାହରେ ସାହାର୍ଯ୍ୟ କରିବା ପରିବର୍ତ୍ତେ ନିଜର ପ୍ରଭାବ ବିସୟରେ କହିବା ସହ ଧମକ ଚମକ ଓ ଅପମାନ ସୂଚକ ବାକ୍ୟ ବ୍ୟବହାର କରିଥିଲେ । ଏହି ଘଟଣା ଫ୍ଲାଇଂ ସ୍କ୍ୱାଡ ଦ୍ୱାରା ରେକଡିଂ କରାଯାଇଥିଲା । ନିର୍ବାଚନ କ୍ଷେତ୍ରରେ ବାଧା ସୃଷ୍ଟି କରିବା ଓ ଧମକ ଚମକ ଦେବା କାରଣରୁ ତାଙ୍କୁ ଆସିକା ଥାନାରେ ମାର୍ଚ୍ଚ ୨୯ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା । ଭାରତ ନିର୍ବାଚନ ଆୟୋଗ ନିର୍ଦେଶିକା =ଅନୁସାରେ ଅସହୋଯୋଗ ଓ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।


