ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ପ୍ରସଙ୍ଗ ;ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ ପରେ ଅଯୋଧ୍ୟା ଠାରେ ନିର୍ମିତ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଭାରତରେ ୨୦୨୧ ଜାନୁୟାରୀ ରୁ ୧୫ ଫେବଅୟାରୀ ୨୭ ତାରିଖ ପର୍ଯ୍ୟନ୍ତ ଏକ ନିଧି ସଂଗ୍ରହ ଅଭିଯାନ ଚାଲିଛି । ସେହି ଅଭିଯାନ ଅନୁକ୍ରମେ ଦିଲ୍ଲୀ ମଙ୍ଗଳପୁରୀ ନିବାସୀ ରିଙ୍କୁ ଶର୍ମା ମଧ୍ୟ ଅନ୍ୟ ଭକ୍ତ ମାନଙ୍କ ସହିତ ଅଭିଯାନରେ ଯୋଗ ଦେଇଥିଲେ । ଏଥି ପାଇଁ ସାହିର ମୁସଲମାନ ଯୁବକ ମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା ଧମକ ଦିଆଯାଉଥିଲା । ଏ ନେଇ ଥାନାରେ ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।ଗତ ୧୦ ତାରିଖରେ ରିଙ୍କୁ ଶର୍ମା ନିଜ ଭାଇଙ୍କ ସହ ନିଧି ସଂଗ୍ରହ ଅଭିଯାନ ସାରି ଘରକ ଫେରିବା ପରେ ରାତ୍ର ପ୍ରାୟ ୧୦ଟାରେ ସାହିର କିଛି ମୁସଲମାନ ଯୁବକ ଓ ମହିଳା ଆକ୍ରମଣ କରିବା ସହ ଗ୍ୟାସ ସିଲିଣ୍ଡର ଫଟାଇ ଅତ୍ୟା ଉଦ୍ୟମ କରିଥିଲେ । ତେବେ ରିଙ୍କୁଙ୍କ ମୃତ୍ୟୁ ଘଟିଥିଲା । ସଂପୃକ୍ତ ଅଂଚଳର ପୁଲିସ ମୁସଲମାନଙ୍କ ପ୍ରଭାବ ତଥା ଚାପରେ ମାମଲା ରଫାଦଫା କରିବାକୁ ଚେଷ୍ଟା ଚଲାଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ରବିବାର ଗଂଜାମ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ୬ଦଫା ଦାବି ବିଶିଷ୍ଟ ଏକ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳି ଥାନା ଏସଆଇ ବାସୁଦେବ ଭୋଇଙ୍କ ଜରିଆରେ ପ୍ରଦାନ କରାଯାଇଛି । ରିଙ୍କୁ ଶର୍ମା ହତ୍ୟାକାରୀ ଓ ଅନ୍ୟାନ ଆକ୍ରମଣକାରୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ, ଫାଷ୍ଟଟ୍ରାକ କୋର୍ଟରେ ପରାମର୍ଶଦାତାଙ୍କ ଆଦେଶ ଅନୁଯାୟୀ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତ କରିବା, ଅତ୍ରାର ଶୀକାର ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ, ପରିବାରକୁ ୧କୋଟି ଟଙ୍କା ସରକାରୀ ସହାୟତା ପ୍ରଦାନ, ଦିଲ୍ଲୀରେ ହିନ୍ଧୁ ମାନଙ୍କ ଉପରେ ଚାଲିଥିବା ଆକ୍ରମଣ ସକାଶେ ହାଲଡ଼ି ପୁଲହଙ୍କୁ ଉତରଦାୟୀ କରାଯାଉ, ହିନ୍ଦୁ ଯୁବକ ମାନଙ୍କୁ ସୁରକ୍ଷା ଲାଇସେନ୍ସ ପ୍ରଦାନ ଇତ୍ୟାଦି ଦାବି ଉଲ୍ଲେଖ ରହିଛି । କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ସଂଯୋଜକ ଗୌତମ ମହାରଣା, ପ୍ରଖଣ୍ଡ ସହ ସଂଯୋଜକ କାହ୍ନୁ ଚରଣ ବିଶ୍ୱାଳ, ହରପ୍ରସାଦ ସ୍ୱାଇଁ, ପୁରୁଷୋତମ ମଲ୍ଲ, ଆଲୋକ ନାୟକ, ରାକେଶ ରଥ, ଇ. ସରୋଜ ପାତ୍ର, ଲକ୍ଷ୍ମଣ ବେହେରା, ରୁଦ୍ରାକ୍ଷ ବାନତ୍ୟା, କରୁଣାକର ବେହେରା, ପ୍ରକାଶ ଦାଶ ପ୍ରମଖ ଉପସ୍ଥିତ ଥିଲେ ।


