ବଜାରରେ ଘୁରି ବୁଲୁଛି ନକଲି  ନୋଟ

ବ୍ରହ୍ମପୁର ,   (ଯୁଗାବ୍ଦ ନ୍ୟୁଜ) : ବଜାରକୁ ଜିନିଷ କିଣିବାକୁ ଯାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏବେ ବଜାରରେ ଘୁରି ବୁଲୁଛି ନକଲି ନୋଟ । ଜିନିଷ କିଣଇବା ପରେ ଦୋକାନୀ ଆପଣଙ୍କୁ ଫେରାଉଥିବା ଟଙ୍କାକୁ ଭଲଭାବରେ ଯାଞ୍ଚ କରି ଆଣନ୍ତୁ । ନହେଲେ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ସହରର ବିଭିନ୍ନ ସ୍ଥାନରେ ୧୦୦ ଟଙ୍କିଆ ନକଲି ନୋଟର କାରବାର ହେଉଥିବା ସାମ୍ନାକୁ ଆସିଛି । ଏନେଇ ଲୋକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବାବେଳେ କେମିତି ଏହି ନୋଟକୁ ଲୋକମାନେ ଚିହ୍ନଟ କରିବେ ସେନେଇ ସରକାରଙ୍କ ପକ୍ଷରୁ  ଅନେକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ନୋଟ ଧରିବାବେଳେ ପ୍ରଥମେ ଏହାକୁ ପରକ୍ଷିବା ସହ ଯଦି  ନୋଟରେ ସନ୍ଦେହ ହେଉଛି ତେବେ ସ୍ଥାନୀୟ ପୋଲିସ  ଷ୍ଟେସନରେ ସୁଚନା ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ