ବଜ୍ରପାତ ନିୟନ୍ତ୍ରଣ ପାଇଁ ତାଳଗଛ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡ଼ା,(ୱାଏନଏସ):ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡ଼ା ପଞ୍ଚାୟତର ଝୋଲରୀ ଗ୍ରାମ ବଡଚାନ୍ଦିନି ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ଜୟ କିଷାନ ସେବାଶ୍ରମ ପରିସରରେ ବଜ୍ରପାତ ନିୟନ୍ତ୍ରଣ ପାଇଁ ତାଳଗଛ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ କାର୍ତ୍ତିକେଶ୍ବର ବିଷୋୟୀଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଚାଷୀମାନେ ନିଜନିଜ କ୍ଷେତ ହିଡରେ ତାଳଗଛ ଲଗାଇ ବଜ୍ରପାତକୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଙ୍ଗାଧର ବିଷୋୟୀ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ଗୌରୀଶଙ୍କର ମିଶ୍ର, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଅଧ୍ୟାପକ ଜୟରାମ ବିଷୋୟୀ ଓ ବିଭୁତି ଭୁଷଣ ମିଶ୍ର, ପୂର୍ବତନ ସରପଞ୍ଚ ଶାନ୍ତନୁ କୁମାର ନାୟକ, ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀ, ଟି.ସତ୍ୟନାରାୟଣ ପାତ୍ର, ବିଜୟକୁମାର ସେଠୀ, ରଶ୍ମିତା ଚୌଧୁରୀ ପ୍ରମୁଖ ଯୋଗଦେଇ ତାଳ ଗଛ ସମେତ ଅନ୍ୟାନ୍ୟ ବୃକ୍ଷ ରୋପଣ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେବାଶ୍ରମ ପରିସରରେ ତାଳ ଗଛ ରୋପଣ କରାଯାଇଥିଲା। ଶେଷରେ ସେବାଶ୍ରମର ଅନ୍ତେବାସୀଙ୍କୁ ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ବସ୍ତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ