ବଞ୍ଚୋ ଶ୍ରୀରାମ କ୍ଲବ ପକ୍ଷରୁ ବାଗଦେବୀଙ୍କ ପୁଜା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଳକ ବଞ୍ଚୋ ଗ୍ରାମର ଜାମୁଗଡିଆ ସାହିରେ ଥିବା ଶ୍ରୀରାମ କ୍ଲବ ପକ୍ଷରୁ ବିଦ୍ୟାଦାତ୍ରୀ ମା ବାଗଦେବୀ ସରସ୍ୱତୀଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ପ୍ରତିଷ୍ଠାତା ବିଶ୍ୱନାଥ ବରାଳ, ଅନନ୍ତ ରାଉତ, ପ୍ରଦୋଷ ବିଶ୍ୱାଳ, ମନୋରଞ୍ଜନ ନାୟକ, ଚନ୍ଦନ ନାୟକ, ବିଜୟ ଜେନା, ବିକାଶ ଜେନା, ବିଶ୍ୱଜିତ ରାଉତ, ଓମପ୍ରକାଶ ରାଉତ, ସୁନିଲ ନାୟକ, ସତ୍ୟନାରାୟଣ ରାଉତ, ସୌମ୍ୟ ରାଉତ, ସତ୍ୟବ୍ରତ ନାୟକ, ଅଭିଶେକ ନାୟକ, ସୁଶାନ୍ତ ରାଉତ, ସୁଶିଲ ନାୟକ, ସୁଦନ ତରେଇ, ଶୁଭେନ୍ଦୁ ପୃଷ୍ଟି ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ କିର୍ତ୍ତନ କରାଯାଉଛି ।


