ସେରସା ଆଦ୍ରାକୁ ହରାଇ ଇସିସି ବାଙ୍ଗାଲୋର ବିଜୟୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ୨୭ତମ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅନୁପ ମହାନ୍ତି, ବନ୍ତ ଥାନା ଆଇଆଇସି ମିନା ବିନ୍ଧାଣୀ, ଲିଙ୍ଗରାଜ ସ୍ୱାଇଁ, ପ୍ରଗତିକୃଷ୍ଣ ବେହେରା, ଅକ୍ଷୟ ଧଳ, ଅଶ୍ୱିନୀ ସାହୁ, ହିମାଂଶୁ ବେହେରା, ମାନସ ନାୟକ, ସନାତନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଉଦ୍‌ଘାଟନୀ ମ୍ୟାଚ୍ ସେରସା ଆଦ୍ରା ଓ ଇସିସି ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ସେରସା ଆଦ୍ରାକୁ ୩୫ ରନ୍‌ରେ ହରାଇ ଇସିସି ବାଙ୍ଗାଲୋର ବିଜୟୀ ହୋଇଛି । ପ୍ରଥମେ ସେରସା ଆଦ୍ରା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇସିସି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୬୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆକିବ୍ ଜାଦେବ୍ ୬୫, ରୋହନ୍ ରବିନ୍ ୪୬ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଭିପିନ୍ ସିଂ ୨, ଶୁଭ୍ରମନ୍ୟମ୍ ୧ଟି ଉଇକେଟ ଅକ୍ତିଆର କରିଥିଲେ । ୧୬୧ ରନର ବିଜୟ ଲକ୍ଷ୍ୟ ନେଇ ଆଦ୍ରା ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୫ ରନ୍ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ହର୍ସରାଜ ୪୧, ସୁଧିର ୨୨ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଆଲୋକ ଶ୍ରୀକାନ୍ତ, ପ୍ରକାଶ ଜେନା ୨ଟି ଳେଖାଏ ଉଇକେଟ ନେଇଥିଲେ । ବାଙ୍ଗାଲୋରର ଅକିବ୍ ଜାଭେଦ୍‌ଙ୍କୁ ସ୍ପୋର୍ଟସ ଭିୟୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାକୁ ଭଦ୍ରକ ପଲିଟେକନିକ୍ ଅଧ୍ୟକ୍ଷ ଶରତ ଚନ୍ଦ୍ର ରାଉତ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷାବିତ୍ ରଘୁନାଥ ଚଣ୍ଡ, ସୁଧାକର ଧଳ ଯୋଗ ଦେଇଥିଲେ । ମ୍ୟାଚ୍‌ର ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ସେକ୍ ୟାକତ୍ ଅଲ୍ଲୀ ଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ୍‌, ମ୍ୟାଚ୍ ରେଫରୀ ଭାବେ ସୁଧାଂଶୁ ନାୟକ, ସ୍କୋରର ଭାବେ ଶ୍ୟାମ ମଲ୍ଲ, ଜଗଦୀଶ ସିଂ, ପର୍ଶୁରାମ ସାହୁ, ଅଶୋକ ନାଥ,ଏଲ.ଅକ୍ଷୟ ଦାୟୀତ୍ୱ ତୁଲାଇ ଥିଲେ । ଆସନ୍ତାକାଲିର ପ୍ରଥମ ମ୍ୟାଚ୍ ସେରସା ଆଦ୍ରା ବନାମ ଉତ୍କଳ ୟୁନିଭରସିଟି ଏବଂ ୨ୟ ମ୍ୟାଚ୍ ୟୁନିୟନ ସ୍ପୋଟିଂ ବନାମ ବିଜୟୱାଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ସମ୍ପାଦକ ଅସିତ କର ଜଣାଇଛନ୍ତି । ଆଜିର ଟୁର୍ଣ୍ଣାମେଣ୍ଟରେ ଶଙ୍କର୍ଷଣ ଧଳ, ରାଜେନ୍ଦ୍ର ଧଳ, ଲକ୍ଷ୍ମୀଧର ବିଶ୍ୱାଳ, ମାନସ ପୁହାଣ, ଅଭିଜିତ୍ ସ୍ୱାଇଁ, ଦେବରାଜ ଜେନା, ବବୁଲ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ସହାଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ