ବଡଭାଇଙ୍କୁ ଆକ୍ରମଣ ଓ ହତ୍ୟା ଧମକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ପୈତୃକ ଗୃହକୁ କେନ୍ଦ୍ର କରି ସାନ ୨ ଭାଇ ଆକ୍ରମଣ ସହ ହତ୍ୟା ଧମକ ଦେଇଥିବା ନେଇ ସୋମବାର ବଡଭାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତିକରି ପୋଲିସ ହିଞ୍ଜିଳି ଥାନା କେସ ନଂ – ୩୫୬/୨୩ରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ସୂତ୍ରରୁ ଜଣାପଡିଛି ।ଅଭିଯୋଗ ଅନୁସାରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମର ଦେବରାଜ ସେଠୀ ପରିବାର ପ୍ରତିପୋଷଣ ସକାଶେ ସୁନ୍ଦରଗଡ ଜିଲ୍ଲାରେ ରହି କାମ କରୁଥିବା ବେଳେ ଗ୍ରାମରେ ଥିବା ପୈତୃକ ଘରେ ସ୍ତ୍ରୀ ଓ ପୁଅ ରହୁଥିଲେ।ସ୍ତ୍ରୀ ପାଖରେ ଥିବା ୧ଲକ୍ଷ ଟଙ୍କାକୁ ମା ନେବା ପରେ ଘର ବାକି ସୁଝିବା ପାଇଁ ୫୦ହଜାର ଟଙ୍କା ରଖି ଅବଶିଷ୍ଟ ଟଙ୍କା ଫେରାଇଥିଲେ। ପରେ ଦେବରାଜକୁ ସେଠାରୁ ଫେରିବା ପରେ ପୈତୃକ ଘରକୁ କେନ୍ଦ୍ର କରି ମଝିଆ ଭାଇ ସୁରେନ୍ଦ୍ର ଓ ସାନ ଭାଇ ରାଜେନ୍ଦ୍ର ମିଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଦେବରାଜଙ୍କ ପରିବାରକୁ ମଝିଆ ଭାଇ ସେହିଘରୁ ତଡିଦେଲା ପରେ ପୁଣି ଘରକୁ ଆସିଲେ ମାରିଦେବା ଧମକ ଦେଇ ପୈତୃକ ଘର ନ ଦେବାକୁ ବି କହିଥିବା ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ