ବଡ଼ ଦିନ ପାଇଁ ରାଇକିଆ ରେ ଶାନ୍ତି କମିଟି ବୈଠକ
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସଭାଗୃହ ଠାରେ ଶୁକ୍ରବାର ବଡଦିନ ପାଈଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଯାଇଅଛି । ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଆଗାମୀ ବଡଦିନ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ସରକାର ଙ୍କ କୋଭିଡ ନିୟମ କୁ ଦୃଷ୍ଟି ରେ ରଖି ଘରେ ଘରେ ପାଳନ ପାଇଁ ଅନୁମତି ଦିଆ ଯାଇଥିବା ବେଳେ ମାସ୍କ୍, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୁରତ୍ଵ ରଖିବାକୁ ପରାମର୍ଶ ଦିଆ ଯାଇଥିଲା । ବିଭିନ୍ନ ସମ୍ପ୍ରଦାୟ ରୁ ଆସିଥିବା ଜନ ସାଧାରଣ ଙ୍କ ଠାରୁ ମତାମତ ମଧ୍ୟ ନିଆ ଯାଇଥିଲା । ବୈଠକ ରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଥାନା ଅଧିକାରୀ ତରୁଣ ତପନ ବେହେରା, ବ୍ଲକ ଉପାଧ୍ୟକ୍ଷ ସୁରେଶ ପ୍ରଧାନ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ସୁଶିଲ ଦିଗାଲ, ବିଜେଡି ଜିଲା ସଂଖ୍ୟା ଲଘୁ ସେଲ ସଭାପତି ଜୟାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟା ଝୁଲିମା ଦଳ ବେହେରା, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକ ପ୍ରତିନିଧି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


