ବଡ ବଡ଼ିଆ ଡାକରେ ପିତୃ ପୁରୁଷଙ୍କୁ ଡାକିଲେ ବାଲିଗୁଡା ବାସୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀପାବଳୀ ରାତିରେ ନୂତନ ବସ୍ତ୍ର ପରିଧାନ କରି,ଦୀପ ଜାଳି, ବାଣ ଫୁଟାଇ, ପିଠାପଣା କରି ଘର ପାଖ ଚଉଁରା ରେ କିମ୍ବା ମନ୍ଦିରରେ ପିତୃପୁରୁଷଙ୍କୁ ଡାକିବାର ବିଧାନ ରହିଛି | ଯେହେତୁ କରୋନା ମହାମାରୀ ପାଇଁ ବାଣ ଫୁଟେଇବା ନେଇ ପ୍ରଶାସନିକ କଟକଣା ରହିଛି ତେଣୁ କାଁ ଭାଁ ବାଣର ଶବ୍ଦରେ ପିତୃ ପୁରୁଷଙ୍କୁ ବଡ଼ ବଡ଼ିଆ ଡାକରେ ଡାକି ବାଲିଗୁଡାବାସୀ ସମୂହ ଆନନ୍ଦଉତ୍ସବ ମନାଇଥିଲେ | ଝିଅ, ବହୁ ପାଦରେ ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନ କରିବା ସହ ପୁରୁଷ ନୂତନ ଧୋତି ଅବା ବସ୍ତ୍ର ପିନ୍ଧି ଚଉଁରା ପାଖରେ କିମ୍ବା ମନ୍ଦିରରେ ପିଠା ପଣା ପୂଜା କରିବା ସହ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରିସାରିଲା ପରେ କାଉଁରୀଆ ଜାଳି ପିତୃ ପୁରୁଷଙ୍କ ଉଧେଶ୍ୟରେ ସମୂହ ଦୀପଦାନ କରାଯାଇଥିଲା | ପ୍ରଶାସନର ବାଣ ବିକ୍ରି ଓ ବାଣ ଫୁଟାକୁ ନେଇ କଟକଣା ଥିବାରୁ ବିଗତ ବର୍ଷ ଭଳି ଚଳିତ ବର୍ଷ ବାଣର ଶବ୍ଦ ଶୁଣିବାକୁ ମିଳିନଥିଲା |କଟକଣା ସତ୍ୱେ କିଛି ଜାଗାରେ ବିଗତ ବର୍ଷର ବଳକା ବାଣ ଫୁଟା ଯାଉଥିବା ଦେଖିବାକୁ ମିଳିଥିଲା |


