ବଣବୁଲାପଲ୍ଲୀ ଶାଖାର ବାର୍ଷିକ ସମ୍ମିଳନୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନ ପକ୍ଷରୁ ନଭେମ୍ବର ୭ ବିଶ୍ୱ ମହାନ ଅକ୍ଟୋବର ବିପ୍ଳବ ଦିବସ ଅବସର ରେ ବଣବୁଲାପଲ୍ଲୀ ଶାଖା ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ବଣବୁଲାପଲ୍ଲୀ ଗ୍ରାମ ସ୍ଥିତ କୋଠଘର ଠାରେ ଏନ. ଲିଙ୍ଗରାଜ ରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀ କୁ ସଂଗ୍ରାମୀନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ, ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିଥିଲେ, ଏହି ଅବସର ରେ ଗ୍ରାମ ମଝିରେ ଏନ. ଗଙ୍ଗାଧର ରେଡ୍ଡୀ ଦଳୀୟ ପତାକା ଉତ୍ତୋଳନ କରିଥିଲେ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସିଏଚ ସତ୍ୟ ନାରାୟଣ ରେଡ୍ଡୀ ବାର୍ଷିକ ବିବରଣୀ ପାଠ କରିଥିଲେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ, କେଶବ ନାହାକ, ଏନ. ମୁନାପାତ୍ର , ବିଦ୍ୟାଧର ରାଉଳ ଓ ତ୍ରିନାଥ ସାହୁ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ଦଳୀୟ ସଂଗଠନ ଉପରେ ଆଲୋକପାତ କରିଥିଲେ, ଆସନ୍ତା ୨୬ ତାରିଖ ଦିନ ଚାଷୀ, ମୂଲିଆ ଓ କ୍ଷେତ ମଜଦୂର ମାନଙ୍କ ବିଭିନ୍ନ ଦାବି ନେଇ ଛତ୍ରପୁର ଠାରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସମ୍ମିଳନୀ ରେ ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଛି, ଏହା ସହିତ ବଣବୁଲାପଲ୍ଲୀ ଶାଖା ର ନୂତନ ସମ୍ପାଦକ ଭାବେ ବିଦ୍ୟାଧର ରାଉଳ ଓ ସହ -ସମ୍ପାଦକ ଭାବେ ତ୍ରିନାଥ ସାହୁ ଙ୍କୁ ମନୋନୀତ କରାଯାଇଛି, ପ୍ରାରମ୍ଭ ରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଙ୍କୁ ଶାଖା ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା