ବଦଳି ପରେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁନାହାଁନ୍ତି ମେଡିକାଲ ଅଧିକାରୀ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆଦିବାସୀ ବହୁଳ ଅଚଂଳର ବିଭିନ୍ନ ସମସ୍ୟା ଲାଗିରହିଥିବା ବେଳେ କିଛି ସମସ୍ୟାକୁ ସମାଧାନ କରୁଛନ୍ତି ସରକାର ଯେପରିକି ସ୍ୱାସ୍ଥ୍ୟ, ରାସ୍ତା, ପାଣି, ବିଦ୍ୟୁତ ଓ ଶିକ୍ଷା ପ୍ରତି ପ୍ରଥମ ଗୁରୁତ୍ୱ ରଖିଛନ୍ତି । ହେଲେ ସେହି ସମସ୍ୟା ମଧ୍ୟରୁ ମୂଖ୍ୟ ସମସ୍ୟା ହେଉଛି ସ୍ୱାସ୍ଥ୍ୟ ଯାହାକି ଚନ୍ଦ୍ରଗିରି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଲାଗି ରହିଥିଲା ଅନେକ ଦିନରୁ ସମସ୍ୟା ଅଚଂଳବାସୀ ବହୁବାର ଅଭିଯୋଗ ପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ପାତ୍ର ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଂଚଳବାସୀ ଓ ରୋଗୀଙ୍କୁ ଦୁଃବ୍ୟବହାର ଦେଖାଇବା, ନିଜ କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କରିବା ଦ୍ୱାରା ଡାକ୍ତରମାନେ ଅସନ୍ତୋଷ ହୋଇ ଛୁଟି ପକାଇ, କିଛି ଡାକ୍ତର ନିଜ ଦାୟିତ୍ୱରେ ବହିଷ୍କୃତ ଲେଖାଦେଇ ଚାଲି ଯାଇଛନ୍ତି । ଯାହାରି ଫଳରେ ରୋଗୀମାନଙ୍କୁ ଭଲ ଚିକିତ୍ସା ମିଳି ପାରୁନଥିଲା ଏହି ସବୁ ଅଭିଯୋଗ ପରେ ମେଡିକାଲ ଅଧିକାରୀଙ୍କୁ ଗତ ୨୪ ତାରିଖରେ ଅନ୍ୟସ୍ଥାନକୁ ବଦଳି କରାଇ ନିଜ ପାୱାରକୁ କାଟି ଦିଆଯାଇଛି । ଚନ୍ଦ୍ରଗିରି ମେଡିକାଲ ଦାୟିତ୍ୱରେ ମୋହନା ମେଡିକାଲ ଅଧିକାରିଣୀ ନିମତା ପଣ୍ଡାଙ୍କୁ ଦାୟିତ୍ୱ ଭାର ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ଆଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଡାକ୍ତର ବେହେରା ମୋହନା ମେଡିକାଲ ଅଧିକାରିଣୀଙ୍କୁ ଦାୟିତ୍ୱଭାର ଦେଉନାହାନ୍ତି । ଯାହାରି ଫଳରେ ନିଜ କର୍ମଚାରୀମାନେ ମାସିକ ବେତନ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବେହେରା ନିଜ ଦାୟିତ୍ୱ ମୋହନା ମେଡିକାଲ ଅଧିକାରିଣୀଙ୍କୁ ଦାୟିତ୍ୱଭାର ଦେଲେହିଁ ଡାକ୍ତରମାନେ ପୁଣି କାର୍ଯ୍ୟରେ ଯୋଗଦେବେ ବୋଲି ପ୍ରକାଶ ରହିଛି । ତୁରନ୍ତ ବେହେରା ଦାୟିତ୍ୱ ଦେବାପାଇଁ ବୋଲି ଅଂଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ମୋହନାରୁ ୨ ଡାକ୍ତରଙ୍କୁ ଚନ୍ଦ୍ରଗିରି ବଦଳୀ କରାଇଥିବା ନେଇ ମୋହନା ଏମକେସିଜି ଯୁବକସଂଘ ତାହାକୁ ବିରୋଧ କରି ଏକ ଲିଖିତ ଅଭିଯୋଗ ମେଡିକାଲ ଅଧିକାରୀଣୀଙ୍କୁ ଦେଇଥିଲେ । ଏହା ଶହ ଉପଜିଲ୍ଲାପାଳ ସଂଗ୍ରାମ କେଶରୀପଣ୍ଡାଙ୍କ ସହ ଫୋନ ମାଧ୍ୟମରେ ଅଭିଯୋଗ ଜଣାଇବା ପରେ ଶ୍ରୀ ପଣ୍ଡା କହିଥିଲେ ଜିଲ୍ଲା ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ୨ ଜଣ ଡାକ୍ତରଙ୍କୁ ପୁଣି ମୋହନା ଫେରାଇ ଦିଆଯିବ କିନ୍ତୁ ଆଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ୨ ଡାକ୍ତର ଫେରି ପାରିନାହାନ୍ତି । ଯାହାରି ଫଳରେ ଅନେକ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀଣ ହେଉଛନ୍ତି । ତୁରନ୍ତ ୨ ଡାକ୍ତରଙ୍କୁ ଫେରାଇ ନଦିଆଯାଏ, ଚନ୍ଦ୍ରଗିରି ମେଡିକାଲ ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନ ଗ୍ରହଣ କରାଯାଏ ଆଗାମୀ ଦିନରେ ରାଜ ରାସ୍ତା ରୋକିବା ପାଇଁ ଆଗକୁ ଆସିବେ ଅଂଚଳବାସୀ ବୋଲି ଚନ୍ଦ୍ରଗିରି ଅଂଚଳବାସୀ ଓ ମୋହନା ଏମସିଜି ଯୁବକ ସଂଘ ସୂଚନା ଦେଇଛନ୍ତି ।


