ପେଚା ବଦଳେଇପାରେ ଆପଣଙ୍କର ଭାଗ୍ୟ

-: ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ରହିଛି ।
-: ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ ବିଶ୍ୱାସ କରନ୍ତି ।

-: ପେଚା ମାତା ଲକ୍ଷ୍ମୀଙ୍କ ବାହନ ଅଟେ, ଆପଣ ଜାଣିଛନ୍ତି କି କେତେବେଳେ ପେଚା ଦେଖିଲେ ଶୁଭ ଆଉ କେତେବେଳେ ଅଶୁଭ !

-: ଧନଦାତ୍ରୀ ବିଷ୍ଣୁ ପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ ।

☮ ଶୁଭ – କେତେବେଳେ ☮

୧. ପ୍ରାତଃ ବା ବ୍ରାହ୍ମ ମୂହୁର୍ତ୍ତରେ ପୂର୍ବ ଦିଗରେ ପେଚା ଦେଖାଯାଏ ଯଦି କିମ୍ବା ତାର ସ୍ୱର ଶୁଣିବାକୁ ମିଳେ, ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହା ଦ୍ବାରା ଧନ ପ୍ରାପ୍ତିର ସୂଚନା ପ୍ରାପ୍ତ ହୋଇଥାଏ ॥

୨. କୌଣସି ରୋଗୀକୁ ପେଚା ଛୁଇଁ ଚାଲିଯାଏ ଯଦି କିମ୍ବା ରୋଗୀ ଉପରେ ଉଡି ଚାଲିଯାଏ, ଏହା ଦ୍ବାରା ବହୁତ ଶୀଘ୍ର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଷୃଷ୍ଟି ହୋଇଥାଏ ॥

୩. ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅକସ୍ମାତ ଧଳା ପେଚାଟି ଘର ଭିତରକୁ ପଶି ଆସେ ତାହାଲେ ଧନପ୍ରାପ୍ତି ହେବ ବୋଲି ଜାଣନ୍ତୁ ।

୪. ଯଦି ଗର୍ଭବତୀ ମହିଳା ପ୍ରସବ ପାଇଁ ଯିବା ସମୟରେ ପେଚା ଦେଖାହୁଏ ତାହେଲେ ଯାଆଁଳା ଶିଶୁ ଜନ୍ମ ହେବାର ଶାସ୍ତ୍ରମତ ରହିଛି ॥

☮ ଅଶୁଭ- କେତେବେଳେ ☮

୧. ପେଚା ଗୃହର ଶୀର୍ଷରେ ବସିକି ଯଦି ଚିତ୍କାର କରେ, ତେବେ ପରିବାରର କୌଣସି ସଦସ୍ୟଙ୍କ ଅକାଳ ବିୟୋଗ ହେବାର ସମ୍ଭାବନା ରହିଥାଏ ।

୨. ଗୃହର ମୁଖ୍ୟଦ୍ବାର ନିକଟରେ ପେଚା ଯଦି ତିନି ଦିନ ଧରି କାନ୍ଦେ ତେବେ ସେହି ଘରୁ ଚୋରି ବା ଧନହାନି ହେବାର ସମ୍ଭାବନା ରହିଥାଏ ॥

୩. ଯଦି ଧଳା ପେଚାକୁ ରାସ୍ତାରେ ଦେଖନ୍ତି ତେବେ ତାହା ଶୁଭ ଖବର ଦେଇଥାଏ । କିନ୍ତୁ କଳା ପେଚା ଦେଖିବା ଅଶୁଭ ॥

୪. କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ଧସେଇ ପଶିଯାଏ ତାହା ଅଶୁଭ । ଏହାର ପ୍ରତିକାର ସ୍ୱରୂପ ଯେକୌଣସି ରବିବାର ଦିନ କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ବ୍ରତ ୭ଗୁରୁବାର ପର‌୍ୟ୍ୟନ୍ତ କରିବେ ॥

ଗର୍ଗ ଜ୍ୟୋତିଷ
ଜ୍ୟୋତିଷ ଓ ବାସ୍ତୁ ବିଷାରଦ
(Principal Consultant – Astrology & Vastu)
ପଣ୍ଡିତ ଶ୍ରୀପତି ଆଚାର‌୍ୟ୍ୟ
(ଅଧକ୍ଷ – ଗର୍ଗ ଜ୍ୟୋତିଷ ପରିଷଦ)
୯୪୩୮୩୮୯୩୯
୯୮୬୧୯୭୦୭୩୦
୦୬୭୪-୨୭୨୦୯୪୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ