ବନ୍ତରେ ସର୍ବପୁରାତନ ଦୁର୍ଗା ପୂଜା କଟକଣା ମଧ୍ୟରେ ଆରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା କଟକଣା ମଧ୍ୟରେ ବନ୍ତ ପୁରୁଣା ବଜାରସ୍ଥିତ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସ୍ଥାୟୀ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ସୁଶିଲ ଦାସ ଓ ଲକ୍ଷ୍ମୀନାରାୟଣ ପାଣି ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ସୋମବାର ବିଲ୍ୱଧିବାସ, ମଙ୍ଗଳବାର ଘଟନିମର୍ଜ୍ଜନ, ଦେବପତ୍ରିକା ପ୍ରବେଶ କର୍ମ ଶେଷ କରାଯାଇ ସପ୍ତମୀ ବିହିତ ପୂଜା ଆରମ୍ଭ ହୋଇଥିଲା । ବୁଧବାର ସକାଳେ ଅଷ୍ଟମୀ ବିହିତ ପୂଜା, ଅପରାହ୍ନ ସମୟରେ ସନ୍ଧି ପୂଜା, ସନ୍ଧିବଳୀ ପ୍ରକ୍ଷଣ ହେବ । ନବମୀ ପ୍ରାତଃରେ ନବମୀ ବିହିତ ପୂଜା ପରମ୍ପରା ରୀତି ଅନୁଯାୟୀ ଗ୍ରାମ ଦେବତୀ, ଦକ୍ଷିଣ ଚଣ୍ଡିଙ୍କର ପୂଜାର୍ଚ୍ଚନା, କଖାରୁ ଛେଦଦାନ, ଅପରାହ୍ନରେ ସଂପୂର୍ଣ୍ଣ କଖାରୁ ଛେଦନ କରାଯିବ । ପ୍ରାତଃ ସମୟରୁ ନବମୀ ବିହିତ ପୂଜା, ହୋମଯଜ୍ଞ, ଅପରାଜିତା ପୂଜନ ଓ ବିସର୍ଜ୍ଜନ କରାଯିବ । ପୂଜା କାର୍ଯ୍ୟରେ ପୂଜକ ହରେକୃଷ୍ଣ ପତି, ପୁସ୍ତକାଚାର୍ଯ୍ୟ ଲିଙ୍ଗରାଜ ମିଶ୍ର, ଗଂଗାଧର ପାଣି ଓ ସେବାକାରୀ ନିଶାକର ବାରିକ, ଗଦାଧର ବେହେରା ଦାୟୀତ୍ୱ ତୁଲାଉଛନ୍ତି । ଆସନ୍ତା ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟ ପରିଚାଳନାରେ କମିଟିର ସଭାପତି ମହେନ୍ଦ୍ରନାଥ ମିଶ୍ର, ସଂପାଦକ ବିଜୟ କୁମାର ମଜୁମଦାର, ସହସଂପାଦକ ଲକ୍ଷ୍ମୀଧର ବେହେରା, କେଦାରନାଥ ମହାନ୍ତି, ସଞ୍ଜୟ କୁମାର ନାୟକ, ଆଲୋକ କୁମାର ମୁଖାର୍ଜୀ, ଅଜୟ କୁମାର ଚଣ୍ଡ, ଶିବ ନାରାୟଣ ପାଣି, ପଞ୍ଚାନନ ନାୟକଙ୍କ ସମେତ ବନ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ