ବନ୍ଦ ହେବନି ଶିରିଡି ସାଇ ମନ୍ଦିର

ମୁମ୍ବାଇ : ଶିରିଡି ସାଇ ମନ୍ଦିର ବନ୍ଦ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଭଳି ପ୍ରଚାରକୁ ଖଣ୍ଡନ କରିଛି ଶିରିଡି ସାଇ ଟ୍ରଷ୍ଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନକୁ ବିରୋଧ କରି ରବିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଶିରିଡି ସାଇ ମନ୍ଦିର ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ଏକ ବିବୃତ୍ତି ଜାରି କରାଯାଇଛି । ଏଥିରେ ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆରତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବ ପରି ଚାଲୁ ରହିବ ବୋଲି କୁହାଯାଇଛି । ସୂଚନା ଅନୁସାରେ, ସିରିଡିକୁ ନେଇ ପୂରା ବିବାଦ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନକୁ ନେଇ । ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ଉଦ୍ଧବ ଠାକରେଙ୍କ ବୟାନକୁ ବିରୋଧ କରୁଛନ୍ତି ଶିରିଡି ବାସିନ୍ଦା । ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁ ହିଁ ବାବାଙ୍କ ଜନ୍ମ ଓ କର୍ମସ୍ଥଳୀ ବୋଲି ଭକ୍ତମାନଙ୍କ ଭିତରେ ମାନ୍ୟତା ରହିଆସିଛି । ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଶିରିଡିଠାରୁ ୨୭୫ କିଲୋମିଟର ଦୂର ପାଥରିରେ ଜନ୍ମ ହୋଇଥିଲେ ସାଇ ବାବା । ତେଣୁ ଏହି ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ