ଦୁର୍ଘଟଣାରେ ଶାବ୍‌ନା ଆଜମୀ ଗୁରୁତର

ମୁମ୍ବାଇ : ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଖାଲାପୁର ଟୋଲ୍‌-ପ୍ଲାଜ୍‌ ନିକଟସ୍ଥ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ହାଇଓ୍ବଠାରେ ତାଙ୍କ କାର୍‌ ଏକ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଶାବ୍‌ନା ଆଜ୍‌ମୀ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଶାବ୍‌ନାଙ୍କୁ ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ଶାବନାଙ୍କ ସହ ତାଙ୍କ ସ୍ବାମୀ ଜାଭେଦ ଅଖତର୍‌ ରହିଥିଲେ। ଜାଭେଦ ସୁରକ୍ଷିତ ରହିଥିବାବେଳେ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ