“ବିଗ୍ ବସ୍’ ଦେଲା ବଡ଼ ଝଟକା
ମୁମ୍ବାଇ: “ବିଗ୍ ବସ୍-୧୩’ରୁ ତିନି ଜଣ ପ୍ରତିଯୋଗୀଙ୍କୁ ବାହାର କରି ଦିଆଯାଇଛି । ସେମାନେ ହେଲେ ଶେଫାଳି ବାଗା, ରଶ୍ମି ଦେଶାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟ । ବିଶେଷ କରି ରଶ୍ମି ଓ ଦେବୋଲିନାଙ୍କ ଏଲିମିନେସନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟେଲିଭିଜନ୍ ଦୁନିଆର ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ “ବିବି’ ଘରୁ ଏତେ ଶୀଘ୍ର ବାହାରିଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି । ଏପରିକି ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ରଶ୍ମି ଓ ଦେବୋଲିନାଙ୍କର ଫ୍ୟାନ୍ ସଂଖ୍ୟା ବହୁତ ଅଧିକ । ତା’ସହିତ ଦୁହେଁ ଘରର ଅନ୍ୟତମ ଦମଦାର୍ ପ୍ରତିଯୋଗୀ ମଧ୍ୟ ଥିଲେ । ଆଉ ଏସବୁ ସତ୍ତ୍ୱେ ସେମାନଙ୍କୁ “ବିବି’ ଘରୁ ବାହାର କରି ଦିଆଯାଇଛି ।
ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ରଶ୍ମି ଓ ଦେବୋଲିନା “ବିଗ୍ ବସ୍’ ଘରୁ ବାହାରକୁ ଯାଇ ନାହାନ୍ତି । ସେମାନଙ୍କୁ ଏକ ସିକ୍ରେଟ୍ ରୁମରେ ରଖାଯାଇଛି । ସେଠାରେ ରହି ସେମାନେ ଘରର ଅନ୍ୟ ସଦସ୍ୟଙ୍କ ଉପରେ ନଜର ରଖିବେ । ହେଲେ ଏହି କଥାରେ କେତେ ସତ୍ୟତା ଅଛି, ତାହା ଆଗାମୀ ଏପିସୋଡରେ ହିଁ ଜଣାପଡ଼ିବ ।ଳ ଏହି ତିନି ଜଣ “ବିବି’ ଘରୁ ବାହାରିବା ପରେ ଏବେ ଆଉ ୬ ଜଣ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେବେ । ସେମାନେ ହେଉଛନ୍ତି- ଭୋଜପୁରୀ ଅଭିନେତା କେଶରୀ ଲାଲ୍ ଯାଦବ, “କାଣ୍ଟା ଲଗା’ ଫେମ୍ ଶେଫାଳି ଜରି”ାଲା, ତହସିନ୍ ପୁନା”ାଲା, ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା, ବିକାଶ ପାଠକ ଓ ମଡେଲ୍ ତଥା ରଶ୍ମି ଦେଶାଇଙ୍କ କଥିତ ବୟଫ୍ରେଣ୍ଡ ଅରହାନ୍ ଖାନ୍ ।


