ବନ୍ଧୁତ୍ୱ ଦିବସରେ ନୂଆ ବାର୍ତ୍ତା ,ଆସ ଗଛକୁ କରିବା ମିତ
ବିଶ୍ୱ ବନ୍ଧୁତ୍ୱ ଦିବସରେ ବ୍ରହ୍ମପୁର ବାସୀ କିଛି ନୂଆ ବାର୍ତ୍ତା ନିଆରା ଢଙ୍ଗରେ ପାଳନ କରିଛନ୍ତି । ବନ୍ଧୁତ୍ୱ ଦିବସରେ ନିଜ ସାଙ୍ଗସାଥିଙ୍କ ସହ ଶୁଭେଚ୍ଛା ଜଣାଇବା ସହ ଗଛକୁ ନୂତନ ମିତ୍ର ଭାବେ ଗ୍ରହଣ କରି ଗଛକୁ ଭଲ ପାଇବା ସହ ଗଛକୁ ମିତ୍ର ଭାବେ ଶପଥ ଗ୍ରହଣ କରିଥିଲେ । ସ୍କୁଲ ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିବା ନିମନ୍ତେ ଏକ ଜନଶୋଭାଯାତ୍ରା କରିଥିଲେ । ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବିଧାୟକ ବିକ୍ରମ ପଣ୍ଡା ,ଜିଲ୍ଲାପାଳ ଅମୃତ କୁଲାଙ୍ଗେ ,ମହାନଗର ନିଗମ କମିସନର ଚକ୍ରବର୍ତ୍ତୀ ରାଥେଡ, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ପଟ୍ଟନାୟକ ,ପୂର୍ବତନ ବିଡିଏ ଅଧକ୍ଷ ଯୋଗ ଦେଇ ପୁରୁଣା ବୃକ୍ଷକୁ ଡୋରି ବାନ୍ଧିଥô୍ଲେ । ଏହା ସହ ବ୍ରହ୍ମପୁର ବାସୀଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଜିଲ୍ମପାଳ ଆହ୍ୱାନ ଦେଇଥି”ବା ବେଳେ ସାସଦ ଚନ୍ଦ୍ରଶେଖର ସାହୁ ବୃକ୍ଷ ଆମର ଜୀବନ , ଏହି ପଂରମ୍ପରା ପୂର୍ବରୁ ମଧ୍ୟ ଚଳିଆସୁଅଛି । ଏହି ଘଟଣା କିଛି ନୂତନ କଥା ନୁହେଁ । ପୂର୍ବରୁ ମଧ୍ୟ ଆଦିବାସୀ ଲୋକ ମାନେ ଆମ୍ପଟାଙ୍କୁ ଖାଇ ସେହି ଟାଙ୍କୁ କୁ ପୋତି ବୃକ୍ଷ ରୋପଣ କରିଥିଲେ । ତେଣୁ ଆଦିର ଗ୍ଲୋବାଲ ୱାର୍ମିର କୁ ପ୍ରଭାବ କାରଣରୁ ଆମେ ସତର୍କ ହେବା ସହ ବୃକ୍ଷ ରୋପଣ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।


