ବନ୍ୟା କ୍ଷତି ପୂରଣ ଦାବିରେ ୫ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଗୁହାରି
ନବରଙ୍ଗପୁର,(ୱାଇଏନଏସ): ବନ୍ୟା କ୍ଷତିଗ୍ରସ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନବରଙ୍ଗପୁର ବ୍ଳକର ୫ଟି ଗାଁର ଶତାଧିକ ଗ୍ରାମବାସୀ ବନ୍ୟାର କ୍ଷତି ପୂରଣ ଦାବି କରି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ବ୍ଲକର ବଡମସିଗାଁ ପଞ୍ଚାୟତ ଡେବରାଗୁଡା, ଭାଟ୍ଟିଗୁଡା, ଆମ୍ବାଦୋଳା,ଗୁଡରୀଗୁଡା,ଖଡରିଗୁଡାର ଗାଁର ଶତାଧିକ ଲୋକେ ଜିଲ୍ଳାପାଳ ଙ୍କ ଅଫିସକୁ ଆସି ଦାବି ଜଣାଇଛନ୍ତି। ଧନୁର୍ଯୟ ପୂଜାରୀ, ଈଶ୍ୱର ଭତ୍ରା, କମଳାଭତ୍ରା, କୁମବତୀ ପୂଜାରୀ,ମଦନା ଭତ୍ରା,ବଳରାମ ଭତ୍ରା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ଗତ ବନ୍ୟାରେ ସେମାନଙ୍କ ଧନସମ୍ପତି ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି।ବନ୍ୟାରେ ଘର ଗୁଡିକ ଭୁଶୁଡି ପଡିଥିବାବେଳେ ଘରେ ସାଇତି ରଖିଥିବା ଚାଉଳ ମାଣ୍ଡିଆ ଧାନ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ପାଣିରେ ବୁଡି ନଷ୍ଟ ହୋଇଯାଇଛି।ସେଭଳି ଘରୋଇ ଜାବତୀୟ ସାମଗ୍ରୀ ବ୍ୟାପକ ନଷ୍ଟ ହୋଇଯାଇଛି। ଚାଷ ପାଇଁ ବ୍ୟାଙ୍କ ଓ ଧାରକରଜ କରି ମକା, ଧାନ, ଆଖୁ,ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ । ବନ୍ୟା ପାଣି ମାଡିଯିବାରୁ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି ।ଛେଳିମେଣ୍ଢା, ଗାଈ ଗୋରୁ ବନ୍ୟା ପାଣିରେ ବୁଡି ମରିଯାଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ମାନେ ବନ୍ୟାରେ ପୀଡିତ ଗ୍ରାମବାସୀଙ୍କର ଦରଖାସ୍ତକୁ ଗ୍ରହଣ କରିଛନ୍ତି। କିନ୍ତୁ ଜିଲ୍ଲାପାଳଙ୍କୁ ଭେଟି ନ ପାରି ଗ୍ରାମବାସୀ ନିରାଶ ହୋଇ ଘରକୁ ଫେରିଛନ୍ତି।


