ଭୂମିହୀନଙ୍କୁ ଜମି ପଟ୍ଟା ଓ ଅଧିକାର ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଆମ୍ବେଦକର ସେବକ ସଂଘ, ଓଡ଼ିଶା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସୌଜନ୍ୟ ସାକ୍ଷାତ କରାଯାଇ ଜିଲ୍ଲାର ବିଭିନ୍ନ ଜନସମସ୍ୟା ନେଇ ଆଲୋଚନା କରାଯାଇଥିଲା। ସଂଘର ରାଜ୍ୟ ସଭାପତି ମନୋରଞ୍ଜନ ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଭୂମିହୀନ ଓ ଗରିବ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ, ଘରଡିହ ପାଇଁ ଜମି ଯୋଗାଣ, ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ ଏବଂ ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଜମିର ବାସ୍ତବ ଦଖଲ ପ୍ରଦାନ ଭଳି ବିଷୟ ଉପସ୍ଥାପନ କରିଥିଲେ। ଭୂମିହୀନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରଙ୍କୁ ସରକାରୀ ନିୟମାନୁଯାୟୀ ଜମି ପଟ୍ଟା ପ୍ରଦାନ ସହ ପୂର୍ବରୁ ପଟ୍ଟା ପାଇଥିବା ପରିବାରଙ୍କ ଜମିର ବାସ୍ତବ ଦଖଲ, ରେକର୍ଡ ଓ ଜମିଜମା ସମସ୍ୟାର ଯାଞ୍ଚ କରି ଆଇନାନୁଯାୟୀ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହି ସାକ୍ଷାତ ସମୟରେ କାର୍ଯ୍ୟକାରୀ ସଭାପତି ଦୈତାରୀ ନାୟକ, ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଉପଦେଷ୍ଟା ସୁବଳ ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ନାୟକ, ନୟାଗଡ଼ ସଭାପତି ବବୁଲ ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଏସ୍. ପ୍ରହଲ୍ଲାଦ, କାର୍ଯ୍ୟକାରୀ ସଭାପତି ଟି. ଲବ, କେ. ରମେଶ, ଉପଦେଷ୍ଟା ଆର୍. ମୋହନ, ଜି. ଆପନା, ଏନ୍. ନରେଶ, ଏମ୍. ଯୁଦ୍ଧିଷ୍ଠିର, କେ. ନରେଶ, କେ. ସନ୍ତୋଷ ରାଓ, ଏନ୍. ସରଥ ଓ ମହିଳା ଜିଲ୍ଲା ସଭାପତି ଟି. ଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ