ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରତିଭା ବିକାଶ ଟ୍ରଷ୍ଟର ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ବାଲେଶ୍ୱରର ୪ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଭା ବିକାଶ ଟ୍ରଷ୍ଟ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି । ଟ୍ରଷ୍ଟର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶଙ୍କ ନେତୃତତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ ସହ ୨୦ ହଜାର ଟଙ୍କାର ଚେକ ଜିଲା ରେଡ଼କ୍ରସ ସୋସାଇଟିକୁ ପ୍ରଦାନ କରିଛନ୍ତି । ବନ୍ୟା ଦୁର୍ଗତଙ୍କ ସାହାଯ୍ୟ ପାଇଁ ଟ୍ରଷ୍ଟର ଉଚ୍ଚ ବିଚାର ତଥା ସହାନୁଭୁତି ଭିତ୍ତିକ ନିଷ୍ପତ୍ତିକୁ ନେଇ ଜିଲାପାଳ ସନ୍ତୋଷ ପ୍ରକାଶ ସହ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଚେକ ପ୍ରଦାନ ବଳେ ଟ୍ରଷ୍ଟର ସଭାପତି ଶ୍ରୀ ଦାଶଙ୍କ ସମେତ ଉପାଧ୍ୟକ୍ଷ ଆଇନଜୀବୀ ରଘୁନାଥ ପ୍ରଧାନ, ସମ୍ପାଦକ ଉପେନ୍ଦ୍ର ନାଥ ପାତ୍ର, କିଶୋର ଦାସ, ଡ. ପଙ୍କଜ କୁମାର ଜେନା, ସଞ୍ଜୀବ ନାୟକ, ଲମ୍ବୋଦର ନାୟକ, ସଂଘମିତ୍ରା ମହାନ୍ତି, ବନ୍ଦନା ବିଶ୍ୱାଳ, ଆଶିଷ ସାହୁ, କୁମାର କାଶ୍ୟପ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ