ବନ ବିଭାଗ ପକ୍ଷରୁ ପଥର ବୋଝେଇ ଟ୍ରାକ୍ଟର ଜବତ, ୨୫ ହଜାର ଟଙ୍କା ଜରିମାନା ଆଦାୟ ।

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ପଥର ଚୋରା ଚାଲାଣ ହେଉଥିବା ବେଳେ ଟ୍ରାକ୍ଟରକୁ ଜବତ କରି ୨୫ ହଜାର ଟଙ୍କା ଜରିମାନା ଆଦାୟ କରି ଛାଡିଥିବା ଜଣାପଡ଼ିଛି। ଏପ୍ରିଲ ୨୩ ତାରିଖ ଦିନ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନର ଭାଲୁ ମୁଣ୍ଡିଆ ପାହାଡ଼ରୁ ଓଡ଼ି ୩୨ ବି ୩୦୯୨ ଟ୍ରାକ୍ଟରର ଟ୍ରଲିରେ ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିଲା। ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଗୁଡା ଓ ମାଣିତରା ସେକ୍ସନ ବନବିଭାଗ କର୍ମଚାରୀ ବୃନ୍ଦ ଚଢ଼ାଉ କରି ଟ୍ରାକ୍ଟରକୁ ଜବତ କରିଥିଲେ। ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଶିବ ନାରାୟଣ ପ୍ରଧାନ ଙ୍କ ଠାରୁ ଓଏମଏମସି ଆକ୍ଟ ପ୍ରକାରେ ୨୫ ହାହାର ଟଙ୍କା ଅର୍ଥଦଣ୍ଡ ଆଦାୟ କରି ଟ୍ରାକ୍ଟରକୁ ଛଡ଼ାଯାଇଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ