ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର ଶାଳ ଗଣ୍ଡୀ ଓ ସାଇଜ ଜବତ୍
ମୋହନା, (ଅଂଶୁମାନ ପଣ୍ଡା) : ମୋହନା ବନାଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଜାରି ରହିଚି, ଅଂଚଳରେ କାଠ ମାଫିଆଙ୍କ ପଦୃଭାବ ଦିନକୁ ଦିନ ବଢିବାରେ ଲାଗିଛି, ଯାକୁ ନେଇ ବନାଅଞ୍ଚଳ ଅଧିକାରିଣୀ କଳ୍ପନା ନାୟକଙ୍କ ତ୍ୱାବଧାନରେ ସନ୍ତୋଷ କୁମାର ବିଷୋଇରତ୍ନ, ବର୍ଷା ରାଣୀ ପଟ୍ଟନାୟକଙ୍କ ସମେତ ତାଙ୍କ ଟିମ କେନ୍ଦୁପଦା ଗ୍ରାମ ନିକଟ ଜଙ୍ଗଲରେ ଚଡ଼ାଉ କରି ୧୩ଟି ଶାଳ ଗଣ୍ଡୀ ଜବତ୍ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୪୦ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି, ସେହିପରି ଢେପାଲାଞ୍ଜୁ ଗ୍ରାମ ନିକଟରୁ ୭୦ଟି ଶାଳ ସାଇଜ କାଠ ଜବତ କରିଛନ୍ତି, ତାହାରି ଆନୁମାନିକ ମୂଲ୍ୟ ୫୦ହଜାର ହେବ ଜଣାପଡିଛି, ଏହା ଶହ ପ୍ରତେକ୍ ଦୀନ ପାଟ୍ରୋଲିଂ କଡା କଡ଼ି କରାଯିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବନାଅଞ୍ଚଳ ଅଧିକାରିଣୀ କଳ୍ପନା ନାୟକ ସୂଚନା ଦେଇଛନ୍ତି.


