ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ କହିଛନ୍ତି ଯେ ସ୍ୱର୍ଗତ ସାହୁ ଦେୱାନୀ ଓ ଫୈାଜଦାରୀ ମାମଲାର ଜଣେ ଦକ୍ଷ ଓ ଅଭିଜ୍ଞ ଆଇନଜୀବି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଶ୍ରୀ ଦାଶ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏଭଳି ସମୟରେ ଈଶ୍ୱର ସହାୟ ହୁଅନ୍ତୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ