ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କେଉଁଝରରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଡିଜିଙ୍କ ଉଦେଶ୍ୟରେ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗତ ରବିବାର କେଉଁଝର ଅଭିମୁଖେ ଯାଉଥିବା ସମୟରେ କେଉଁଝର ଟାଉନଥାନା ଅନ୍ତର୍ଗତ କାଶିପୁର ନିକଟରେ ୪/୫ଜଣ ଅସାମାଜିକ ଯୁବକ ଏକ ବୋଲେରୋ ଗାଡିରେ ଆସି ତାଙ୍କ ବାଟ ଓଗାଳି ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ସଭାପତିଙ୍କ ସହ ଥିବା ତାଙ୍କ ପିଏସଓଙ୍କୁ ଦୁର୍ବୁତ୍ତମାନେ ତଂଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ସେହି ଘଟଣାରେ କେବଳ କେଉଁଝର ଜିଲ୍ଲାରେ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଓ ଓଡିଶାବାସୀଙ୍କ ମନରେ ଗଭୀର ଆଘାତ ଦେବା ସଙ୍ଗେ ସଙ୍ଗେ କ୍ଷୋଭ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ଟାଉନ ଥାନାରେ ଏଫ.ଆଇ.ଆର. ଦରଜ ହେବା ସତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଅଭିଯୋଗରେ ନାମଥିବା ସତ୍ୱେ ମଧ୍ୟ ପୋଲିସ କାହାରିକୁ ଧରି ପାରିନାହିଁ । ଯଦିଓ ଘରୋଇ ବିଭାଗ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ଅଛି । ଏହାର ଦୃଢ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ତୁରନ୍ତ ପୋଲିସ ପ୍ରଶାସନ ଦୁର୍ବୁତ୍ତମାନଙ୍କୁ ନିଜ ହେପାଜତକୁ ଆଣିବା ଓ ଘଟଣାର ବ୍ୟବହୃତ ହୋଇଥିବା ବୋଲେରୋ ଗାଡିକୁ ଜବତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଦୃଢ ଦାବି କରିଛି । ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ତାଙ୍କ ହସ୍ତକ୍ଷେପ ନିମନ୍ତେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ପୋରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ଶରତ କୁମାର ବେହୁରା, ମୁକ୍ତାର ଖାଁ, ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି, ସମ୍ବିତ ଶ୍ରୀଚନ୍ଦନ, ଭାଗୀରଥି ଜେନା, କମଳାକାନ୍ତ ବେହେରା, ମୀର ମୁର୍ଶିଦ, ଅଜିତ କୁମାର ମହାପାତ୍ର, ରାଜେଶ ମହାନ୍ତି, ଆଶିଷ ମେକାପ, ଗୋପାଳକୃଷ୍ନ ଜେନା, ମୀନକେତନ ମହାପାତ୍ର, ନିରଞ୍ଜନ ରାଉତ, ବିମଳ କୁମାର ବିଶ୍ୱାଳ, ସୁଖଦାନନ୍ଦ ପ୍ରଧାନ, ସୁଶାନ୍ତ ରାଉତ, ଓଙ୍କାର ମହାନ୍ତି, ସମୀରରଞ୍ଜନ ଜେନା, ରତିକାନ୍ତ ସାମଲ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଦୀପକ ଦାସ, ସୀତାଂଶୁ ଶେଖର ନାୟକ, ବିନୋଦ କୁମାର, ସୁମନ୍ତ ପ୍ରଧାନ, ପ୍ରଭାତ ରାଉତ, ପ୍ରେମାନନ୍ଦ ନାୟକ, ଗୋପିନାଥ ଜେନା, ସେକ ଆକ୍ରମ, ସେକ ଅଜମତଉଲ୍ଲା, ସେକ ମୁନା, ପ୍ରଦୀପ ବେହେରା, ଅଶୋକ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ମହଲା, ସୁରେଶ ମଳିକ, ଶ୍ରୀକାନ୍ତ ପଣ୍ଡା, କ୍ଷୀରୋଦ ମଳିକ, ତ୍ରିଲୋଚନ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ