ବରିଷ୍ଠ ଆଚାର୍ଯ୍ୟାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ସୁସ୍ମିତା ଚୌଧୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ସଭାପତି  ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୀର୍ଘ ୨୭ ବର୍ଷ ସେବା କରି ସ୍ଥାନୀୟ ଅଞ୍ଚଳରେ ଅନେକ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରିଥିବା ସୁସ୍ମିତା ଗୁରୁମାଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଧାନାଚାର୍ଯ୍ୟ  ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭା ରେ ସଂକୁଳ ପ୍ରମୁଖ ଡ଼ ଜେ.କୁର୍ମା ରାଓଙ୍କ ସହିତ ସଂପାଦକ  ପଦ୍ମ ଚରଣ ସାହୁ,ସହସଂପାଦକ  ଦିଲ୍ଲୀପ କୁମାର ବେହେରା, ସଦସ୍ୟ  ରାମ ପ୍ରସାଦ ପଟ୍ଟନାୟକ ଓ ସଦସ୍ୟା  ସୁନୀତା ସେଠୀ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ  ଏ ରାବଣା ରାଓ ଗୁରୁମାଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ସେବା, ସଂକଳ୍ପ ଓ ତ୍ୟାଗ ଦ୍ଵାରା ପ୍ରତିଷ୍ଠିତ ହେବାକୁ ଆହ୍ବାନ ଦେଇଥିଲେ । ଶେଷରେ ଆଚାର୍ଯ୍ୟ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ