ଛତ୍ରପୁର ରୋଟାରି କ୍ଲବ ପରିସରରେ ଅଧିଷ୍ଠାନ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ରୋଟାରି କ୍ଲବ ପରିସରରେ ରୋଟାରି କ୍ଲବର ଅଧିଷ୍ଠାନ ଦିବସ ପାଳିତ ହୋଇଛି । ଏହି ଅବସରରେ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସଭାପତି ଭାବେ ୨୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ ଓ ସମ୍ପାଦକ ଭାବେ ଇ. ନାଗେଶ୍ୱର ରାଓ ମନୋନୀତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଡାକ୍ତର ବିମଳ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଭାବେ ନିରୋଦ ଚନ୍ଦ୍ର ନାୟକ, କାର୍ଯ୍ୟ ନିର୍ବାହୀ ସମ୍ପାଦକ ଭାବେ ସୁଜିତ୍ କୁମାର ପଟ୍ଟନାୟକ ନୂତନ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ତଥା ସମ୍ପାଦକ ରୋଟାରିଆନ ଏସ. ବିଶ୍ୱନାଥମ୍ ଯୋଗ ଦେଇ ରୋଟାରି କ୍ଲବର ଜନସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । କ୍ଲବର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଖୁସି ପ୍ରକଟ କରିଥିଲେ । ଏହା ସହ ଛତ୍ରପୁର ଓ ଆଖପାଖ ଅଂଚଳର ସାମଗ୍ରିକ ବିକାଶ ପାଇଁ ରୋଟାରିଆନ୍ ମାନେ ମିଳିତ ଭାବେ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ସଭାପତି ଏସ୍. ରେଖା ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଇ. ନାଗେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରୋଟାରିଆନ ପ୍ରଫୁଲ୍ଲ ପଟ୍ଟନାୟକ, ସୁରଜିତ ସାମନ୍ତରାୟ, ବିଘ୍ନେଶ୍ୱର ରଥ,ପ୍ରଶନ୍ନ କୁମାର ପତି, ସ୍ମରପ୍ରିୟା ପଲାଇ, ନିରଞ୍ଜନ ପାତ୍ର ଓ ଧିରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


