ବରୁଣେଇ ଓ ଉଗ୍ରତାରା ପୀଠରେ ୧୪୪ ଧାରା

ଖୋର୍ଦ୍ଧା : ଆଗାମୀ ରଜ ଉତ୍ସବକୁ ଆଖି ଆଗରେ ରଖି ଭିଡ ନିୟନ୍ତ୍ରଣ ତଥା ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ବରୁଣେଇ ଓ ଟାଙ୍ଗୀ ଉଗ୍ରତାରାଠାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ସେହିପରି ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଠାରେ ରହିଥିବା ସମସ୍ତ ଫାଷ୍ଟଫୁଡ୍‌, ଜଳଖିଆ, ଗୁପଚୁପ୍‌, ଚାଟ୍‌, ଦହିବରା, ଆଳୁଦମ୍‌ ଇତ୍ୟାଦି ବ୍ୟବସାୟୀମାନଙ୍କୁ କୋଭିଡ୍‌-୧୯ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କେବଳ ପାର୍ସଲ ଜରିଆରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ଦୋକାନ ନିକଟରେ ଗ୍ରାହକମାନେ ଠିଆ ହୋଇ ଖାଦ୍ୟ ଖାଇପାରିବେ ନାହିଁ ବୋଲି ନିୟମ କରାଯାଇଛି । ଯଦି ଏପରି କାର୍ଯ୍ୟ ଦୃଷ୍ଟିକୁ ଆସିଲା ତେବେ ଆଇନାନୁଯାୟୀ ସମ୍ପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରଖାଯିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ