ଗଞ୍ଜାମ ଏନଏସିରେ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ

ଗଞ୍ଜାମ (ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଞ୍ଜାମ ଏନଏସି ରେ ସ୍ୱାସ୍ଥ୍ୟଯାଞ୍ଚ ପରୀକ୍ଷା ପାଞ୍ଚନମ୍ବର ୱାଡ଼ର ହରିଜନ ସାହି ରୁ ଆରମ୍ବ ହୋଇଛି । ଏନଏସି ର ପାଞ୍ଚନମ୍ବର ୱାଡ଼ ର ବଡ଼ ବାଜ଼ାର ହରିଜନ ସାହି ଅଙ୍ଗନାବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ବବିତା ପଣ୍ଡା ବାଜ଼ାର ହରିଜନ ସାହିରେ ଗଞ୍ଜାମ ଏନଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ , ସିଡିପିଓ ସଲୀଳା ପ୍ରଧାନଙ୍କ ଉପସ୍ଥିତ ରେ ସ୍ୱାସ୍ଥ୍ୟଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉକ୍ତ ସମୟରେ ସିଆରସିସି ମହେଶ୍ବର ବେହେରା, ସିଓ ଅନିତା ଅଂଶୁମାଳି ସାହୁ , ଆନନ୍ଦ ବାରିକ ଉପସ୍ଥିତ ଥିଲେ । ପରେ ଅଙ୍ଗନବାଡ଼ି ଦିଦି ଘର ଘର ବୁଲି ଲୋକଙ୍କ ଥର୍ମାଲ ସ୍କ୍ରିନ କରିବା ସହ କରୋନା ଲକ୍ଷ୍ୟଣ ସମ୍ପର୍କରେ ପଚାରି ବୁଝିଥିଲେ । ଏହିଟିମରେ ସହାୟିକା ଶୈଳ ଶତପଥୀ, ଶିକ୍ଷୟତ୍ରୀ ହରପ୍ରିୟା ପାତ୍ର ସାମିଲ ଥିଲେ । ସେହିପରି ଦାମୋଦର ପୁର ଗ୍ରାମର ଏଗାର ନମ୍ବର ୱାଡରେ ଅଙ୍ଗନବାଡ଼ି ଦିଦି କବିତା ବେହେରା, ପୁଷ୍ପାଞ୍ଜଳି ବେହେରା ସହାୟିକା ବାସନ୍ତୀ ବେହେରା, ଝୁନୁରାଣୀ ବେହେରା, ଶିକ୍ଷକ ସୁଧୀର ବେହେରା, ରେଣୁପ୍ରଭାଦେବୀ, ବାରନମ୍ବର ୱାଡ୍ର ରେ ଅଙ୍ଗନବାଡ଼ି ଦିଦି ଗଙ୍ଗାବେହେରା, ସହାୟିକା ଭରତୀ ବେହେରା, ଶିକ୍ଷୟତ୍ରୀ ରଞ୍ଜିତା ପଣ୍ଡା ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।ଆଜି ଏନଏସି ରେ ତିନଟି ୱାଡ଼ ରେ ସ୍ୱାସ୍ଥ୍ୟଯାଞ୍ଚ ପରୀକ୍ଷା ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ବର୍ତ୍ତମାନ ଜିଲ୍ଲାକୁ ବହୁସଂଖ୍ୟାରେ ପ୍ରବାସି ମାନଙ୍କ ଆଗମନ ହୋଇଥିବା ବେଳେ ବର୍ଷା ଋତୁ ଆସୁଥିବାରୁ କରୋନା ସଂକ୍ରମଣ କୁ ରୋକିବ ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କର ନିର୍ଦ୍ଦେଶକ୍ରମେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଯାଞ୍ଚ ପରୀକ୍ଷା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ