ଦିବ୍ୟାଙ୍ଗ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଦେଶ ବିକାଶ’ପକ୍ଷରୁ ଆରମ୍ଭ ହୋଇଥିବା ଦୁଇଦିନିଆ ୮ମ ବାର୍ଷିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୨’ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାôଗରଥୀ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ପ୍ରତିବର୍ଷ ‘ଦେଶ ବିକାଶ’ ଆୟୋଜନ କରୁଥିବା ‘ସକ୍ଷମ’କାର୍ଯ୍ୟକ୍ରମ ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହା ଦ୍ୱାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସେମାନେ ନିଜକୁ ଆଉ ଅକ୍ଷମ ବୋଲି ଭାବିବେ ନାହିଁ ବୋଲି ଶ୍ରୀ ବାରିକ ମତ ପ୍ରକାଶ କରିଥିଲେ । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ଭଗବାବ ବିଶେଷ କ୍ଷମତାର ଅଧିକାରୀ କରାଇ ଥା’ନ୍ତି ବୋଲି କହିଥିଲେ । ସେମାନଙ୍କର ଗୋଟିଏ ଅଙ୍ଗ ଦୁର୍ବଳ ଥିବା ବେଳେ ଶରୀରର ଅନ୍ୟାନ୍ୟ ଅଙ୍ଗ ସାଧାରଣ ଲୋକଙ୍କଠାରୁ ଅଧିକ ସକ୍ରିୟ ହୋଇଥାଏ ବୋଲି ସେ ପ୍ରକାଶ କରିଥିଷଲ । ତେବେ ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ‘ଦେଶ ବିକାଶ’ର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଜିଲା କ୍ରୀଡ଼ା ସଂଘର କର୍ମକର୍ତ୍ତା ତଥା ବରିଷ୍ଠ ପୌର ପାରିଷଦ ପଦ୍ମଲୋଚନ ଲେଙ୍କା, ‘ପ୍ରୟାସ’ ଅନୁଷ୍ଠାନର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସାବତ, ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁଇଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଥିବା କୃତୀ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଏହ ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଦେଶ ବିକାଶ ଅନୁଷ୍ଠାନର ସଭାପତି ଯୁବ ସଂଗଠକ କୃଷ୍ଣଗୋପାଳ ପଣ୍ଡା ଏହି ଉଦଯାପନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରଥିବା ବେଳେ ସମ୍ପାଦକ ଆଶିଷ ଘୋଷ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଂଜୀବ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୃତ୍ୟୁଞ୍ଜୟ ରାଉତ, ଗୋପାଳକୃଷ୍ଣ କର, ସଞ୍ଜୀବ ସାହୁ, ରଞ୍ଜନ ଦାସ, ଅନୁପ ସେଠୀ, ସମ୍ବିତ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ସ୍ୱାଇଁ ପ୍ରମୁଖ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ