ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ
ରାଉରକେଲା: ହାତୀ ଛୁଆ ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାକୁ ନେଇ ବଲଣ୍ଡା ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେହିପରି କୁଆଁରମୁଣ୍ଡା ରେଞ୍ଜର ଓ କେଲୁଙ୍ଗା ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏଭଳି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଉରକେଲା ଡିଏଫଓ ସଞ୍ଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । କୁଆଁରମୁଣ୍ଡା ରେଞ୍ଜ ସାନଦଳକୁଦରରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିଲା । ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଞ୍ଜରୁ ଶନିବାର ଏକ ଛୁଆହାତୀର ମୃତ ଦେହ ଉଦ୍ଧାର ହୋଇଥିଲା । ଫାଶ ବସାଇ ଉକ୍ତ ହାତୀଟିକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଛୁଆହାତୀର ମୃତଦେହରେ କ୍ଷତଚିହ୍ନ ରହିଥିବା ଜଣାପଡ଼ିଛି।


