ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ପରଲୋକ

ମୁମ୍ବାଇ: ଚଳିତ ବର୍ଷ ଆରମ୍ଭରୁ ବଲିଉଡ ଜଗତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ବଲିଉଡ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମୃତ୍ୟୁ ହେଉଛି। ସେହିଭଳି ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ହରିଶା ଶାହଙ୍କର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ଶାହ ବଲିଉଡ୍‌ ବଡ଼ ବଡ଼ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ହରିଶଙ୍କ ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘କାଲା ସୋନା’, ‘ମେରେ ଜୀବନ ସାଥୀ’, ‘ରାମ ତେରେ କିତ୍‌ନେ ନାମ୍‌’, ‘ଧନ ଦୌଲତ’, ‘ଜଲ୍‌ଜଲା’, ‘ଜାଲ୍‌- ଦ ଟ୍ରାପ’ ଭଳି ବେଶ୍‌ ଲୋକପ୍ରିୟ ଚଳଚ୍ଚିତ୍ର ରହିଛି। ସେ କ୍ୟାନ୍‌ସର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହାର ନାଁ ହେଉଛି ‘ହ୍ବାୟ ମି’। ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରପତି ପୁରସ୍କାର ପାଇଥିଲା। ହରିଶ ବିଗତ ୪୦ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ