ବଳିଦେବା ପାଇଁ ଚେଷ୍ଟା ବେଳେ ପୋଲିସ ଗୁଳି ଚଳାଇ ନାବାଳିକାକୁ ବଞ୍ଚାଇଲା , ପରିବାର, ଶିକ୍ଷକ ଅଟକ
ଉଦଲଗୁଡି , ଜଣେ ନାବାଳିକାଙ୍କୁ ବଳି ଉଦ୍ୟମ । ଶିକ୍ଷିତ ସମାଜର ଶିକ୍ଷିତ ଶିକ୍ଷକ କରୁଥିଲା ବଳି ପାଇଁ ପ୍ର୍ରୟାସ । ସମାଜର ଲୋକଲଜ୍ଜ୍ୟାକୁ ଡର ଭୟ ଓ ଖାତିର ନଥିଲା ଶିକ୍ଷକର । ଲୋକମାନଙ୍କର ବାରଣ ସତ୍ତେ୍ୱ ଖାତିର ନଥିଲା ଶିକ୍ଷକ ପରିବାରର । ଏଭଳି ଏକ ଲୋମଟାଙ୍କୁରା ଖବର ତଳ ଆସାମର ଉଦଳିଗୁଡା ଜିଲ୍ଲାରେ ଘଟିଛି । ପୋଲିସ ଖବର ଅନୁଯାୟୀ ଶିକ୍ଷକଙ୍କ ଘରେ ଧୁଆଁ ବାହାରିବାର ଦେଖି ଗ୍ରାମବାସୀ ଶିକ୍ଷକଙ୍କ ଘରକୁ ଯାଇ ଦେଖି୍ଥିଲେ । ଏହା ପରେ ଏକ ନାବାଳିକା ଝିଅକୁ ବେଦିରେ ବସାଇ ହୋମ କରୁଥିବା ସମୟରେ ନାବାଳିକା ନିକଟରେ ଅସ୍ତ୍ର ଓ ଟାଙ୍ଗିଆ ଥିଲା । ନାବାଳିକାଙ୍କୁ ଗ୍ରାମବାସୀ ଛାଡିଦେବାକୁ କହିଲେ ମଧ୍ୟ ପୂଜା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିରୋଦ୍ଧ କଲେ ତାଙ୍କୁ ଜୀବନରେ ଟାଙ୍ଗିଆରେ ମାରିଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଘରର ଆସବାବ ପତ୍ରରେ ନିଆଁ ଲଗାଇଦେଇଥିଲେ । ନାବାଳିକାଙ୍କୁ ଉଦ୍ଧାର କରିବା ନିମନ୍ତେ ପୋଲିସ କୁ ୫ ରାଉଣ୍ଡ ଗୁଳି ଚଳାଇବା ପାଇଁ ବାଧ୍ୟ ହୋଇଥିଲା । ଗୁଳି ମାଡରେ ଶିକ୍ଷକ ଓ ତାଙ୍କ ପୁଅ ଆହାତ ହୋଇଥିବା ଜଣାପଡିଛି । ନାବାଳିକା ଜଣକ ଶିକ୍ଷକଙ୍କ ଶାଳି ବୋଲି ଜଣାପଡିଛି । ପୋଲିସ ପୁରୋହିତ ସମେତ ତାଙ୍କ ପରିବାରର ଲୋକ ମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।


