ସପିଂ ପ୍ଲାଜାରେ ବିସ୍ପୋରଣ , ଅଟାଳିକା ଚୁରମାର ୨୧ ଆହାତ
ଫ୍ଲୋରିଡା : ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ଏକ ସପିଂ ପ୍ଲାଜାରେ ବିସ୍ପୋରଣ । ଭୟଙ୍କର ବିସ୍ପୋରଣରେ ସପିଂଙ୍ଗ ପ୍ଲାଜା ଅଟାଳିକା ଚରମାର । କଂକ୍ରିଟ ର ବଡ ବଡ ଖଣ୍ଡ ଅଟାଳିକା ଠାରୁ ୪୫ ମିଟର ଛିଟିକି ପଡିଥିବାବେଳେ ଧାତବ ଖଣ୍ଡ ଗୁଡିକ ୯୦ ମିଟର ପର୍ଯ୍ୟନ୍ତ ଛିଟିକି ପଡିଛି । କଂକ୍ରିଟ ବିଛାଡି ହୋଇ ପଡିଥିବାରୁ ପ୍ରାୟ ୨୧ ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କ ଅବସ୍ଥା ସଂଙ୍କଟାପନ୍ନ ନଥିବା ଜଣାପଡିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆୟତ କରିବା ସହ ଗ୍ୟାସ ପାଇପରେ ଛିଦ୍ର ଥିବା କଥା କହିଛନ୍ତି । ଓ ସରକାରୀ ତରଫରୁ କୁହାଯାଇଛି ଏହି ଭୟଙ୍କର ବିସ୍ପୋରଣ ର କାରଣ ଶିଘ୍ର ନିର୍ଦ୍ଧାରଣ କରି ହେବ ନାହିଁ ।


